ETV Bharat / state

ଦେଢମାସ ହେଲା ନାବାଳିକା ନିଖୋଜ, ଉଦ୍ଧାର ନେଇ ପରିବାର ଲୋକଙ୍କ ଧାରଣା

ଗତ ଦେଢମାସ ତଳେ ନୟାଗଡ଼ର ଜଣେ ନାବାଳିକା ନିଖୋଜ ଥିଲେ ମଧ୍ୟ ନାବାଳିକା ଅପହରଣକାରୀଙ୍କୁ ଧରିବାରେ ବିଫଳ ହୋଇଛି ନୟାଗଡ ସଦର ଥାନା ପୋଲିସ ।

author img

By

Published : Feb 2, 2021, 8:58 PM IST

ନିଖୋଜ ନାବାଳିକାକୁ ଉଦ୍ଧାର ପରିବାର ଲୋକଙ୍କ ଧାରଣା

ନୟାଗଡ଼: ବିବାଦ ଘେରରେ ନୟାଗଡ ସଦର ଥାନା ପୋଲିସ । ନାବାଳିକା ଅପହରଣକାରୀଙ୍କୁ ନ ଧରି ପୋଲିସ ଅଭିଯୋଗକାରୀଙ୍କୁ ଧମକ ଦେବା ଅଭିଯୋଗ ହୋଇଛି । ଏନେଇ ନାବାଳିକା ପରିବାର ପକ୍ଷରୁ ଅଭିଯୁକ୍ତର ଗିରଫ ଦାବିରେ ସଦର ଥାନା ଆଗରେ ଧାରଣା ଦିଆଯାଇଛି ।

ଗତ ଦେଢମାସ ତଳେ ନୟାଗଡ଼ ଏକତାଳ ଗାଁର ବିଭୁ ମଲ୍ଲିକ ପ୍ରଲୋଭନ ଦେଖାଇ ନାବାଳିକାକୁ ଗାଁରୁ ଅପହରଣ କରି ନେଇଛି । ଏନେଇ ପରିବାର ପକ୍ଷରୁ ନାବାଳିକାକୁ ଅପହରଣକାରୀ କଟକରେ ରଖିଥିବା ସଦରଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ମଧ୍ୟ ପୋଲିସ ରାଜନୈତିକ ଚାପରେ ଅଭିଯୁକ୍ତ ବିଭୁକୁ ଗିରଫ କରୁ ନଥିବା ଅଭିଯୋଗ କରିଛନ୍ତି ନାବାଳିକାର ପରିବାର । ଝିଅକୁ ଅପହରଣକାରୀ ଠାରୁ ଉଦ୍ଧାର ପାଇଁ ଦେଢମାସ ହେଲା ବାପାମାଆ ବହୁବାର ଥାନାକୁ ଦୌଡୁଥିଲେ ମଧ୍ୟ, ସେମାନଙ୍କୁ ଥାନାରେ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ପୋଲିସ ଅଭିଯୁକ୍ତ ଠାରୁ ନାବାଳିକାକୁ ଉଦ୍ଧାର କରୁ ନଥିବାରୁ ଝିଅର ଜୀବନପ୍ରତି ବିପଦ ରହିଥିବା ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗକୁ ସଦରଥାନା ଆଇଆଇସି ଖଣ୍ଡନ କରିଥିବାବେଳେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି ।

ଅନ୍ୟପଟେ4 ଦିନ ମଧ୍ୟରେ ନାବାଳିକାକୁ ଉଦ୍ଧାର ସହ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପରିବାର ଲୋକଙ୍କୁ କହିଛି ପୋଲିସ । ନଚେତ ଆନ୍ଦୋଳନ କରିବେ ବୋଲି ପରିବାର ଲୋକେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.