ETV Bharat / state

ନୂଆଗାଁ ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ, 4 ଗିରଫ - 8 packet-ganja-seized-in-Nayagarh

ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା କୋରଡା ନିକଟରୁ ୮ ପ୍ୟାକେଟ ଗଞ୍ଜେଇ ଜବତ । ଯାହାର ଆନୁମାନିକ ମୂଲ୍ୟ ୬୦ ହଜାର ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

8 packet-ganja-seized-in-Nayagarh-4-arrested
ନୂଆଗାଁ ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ, 4 ଗିରଫ
author img

By

Published : Jun 3, 2021, 7:30 PM IST

ନୟାଗଡ଼: ଜିଲ୍ଲା ନୂଆଗାଁ ଥାନା କୋରଡ ନିକଟରୁ ୮ ପ୍ୟାକେଟ ଗଞ୍ଜେଇ ଜବତ । ପୋଲିସ ପାଟ୍ରୋଲିଂ କଲାବେଳେ ଦିନବେଳା କୋରଡ ନିକଟରେ ଏକ କଳା ରଙ୍ଗର ବୁଲେଟ ଫୁଲବାଣୀରୁ ନୟାଗଡ ଅଭିମୁଖେ ଯାଉଥିଲା l ହଠାତ ପୋଲିସ ଭ୍ୟାନକୁ ଦେଖି ବୁଲେଟଟି ପଛକୁ ଫେରିବାରୁ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ଭ୍ୟାନ ସେ ବୁଲେଟକୁ ଗୋଡାଇଥିଲା, ଯାହାଫଳରେ କୋରଡ ଛକ ନିକଟରୁ ବୁଲେଟ ଜବତ କରିବାରେ ପୋଲିସ ସକ୍ଷମ ହୋଇଥିଲା ।

ନୂଆଗାଁ ଥାନା ଅଞ୍ଚଳରୁ ଗଞ୍ଜେଇ ଜବତ, 4 ଗିରଫ

ବୁଲେଟରୁ ୮ ପ୍ୟାକେଟ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ ୬୦ ହଜାର ହେବ ବୋଲି ଜଣାପଡ଼ିଛି । ୪ ଜଣ ଅଭିଯୁକ୍ତଙ୍କ ସମେତ ଏକ ବୁଲେଟ ନ- ଓଡ଼ି୦୨ବିପି୪୪୩୮ ସହିତ ଏକ ସ୍କୁଟି ଓଡି୩୩ଟି୩୦୧୭ ମଧ୍ୟ ଜବତ କରିଛି ନୂଆଗାଁ ପୋଲିସ ।

ଧରାହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ବର ଖଣ୍ଡଗିରି ବାରବୁଲା ବସ୍ତିର ଲକ୍ଷ୍ମଣ ସବର, କୁମାର ବାପି ବେହେରା, ସନ୍ତୋଷ ବେହେରା ଓ ମଞ୍ଜୁ ବେହେରା । ଏମାନେ ଦୀର୍ଘ ୧୫ ବର୍ଷ ହେଲା ଏହି ବସ୍ତିରେ ରହୁଛନ୍ତି l କିନ୍ତୁ ଏମାନଙ୍କ ଘର ଗଜପତି, ମୟୂରଭଞ୍ଜ ବୋଲି ସୂଚନା ମିଳିଛି l ୪ ଅପରାଧୀକୁ କୋର୍ଟ ଚାଲାଣ କରାଯାଇଥିବା ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.