ETV Bharat / state

40 କେଜି ଗଞ୍ଜେଇ ଜବତ, 3 ଗିରଫ

ଜିଲ୍ଲା ଟାଉନଥାନା ଅନ୍ତର୍ଗତ ପିଡବ୍ଲୁଡି ବଙ୍ଗଳା ନିକଟରୁ ବୁଧବାର ପୋଲିସ୍ 39 କିଲୋ 800 ଗ୍ରାମର ଗଞ୍ଜେଇ ଜବତ କରିଛି । ମାମଲାରେ ସମ୍ପୃକ୍ତ ଥିବା 3 ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ସହ ଗୋଟିଏ କାର ଜବତ କରିଛି । ଅଧିକ ପଢନ୍ତୁ...

author img

By

Published : Oct 7, 2020, 4:02 PM IST

40 କେଜି ଗଞ୍ଜେଇ ଜବତ: 3 ଗିରଫ
40 କେଜି ଗଞ୍ଜେଇ ଜବତ: 3 ଗିରଫ

ନୟାଗଡ: ଜିଲ୍ଲା ଟାଉନଥାନା ଅନ୍ତର୍ଗତ ପିଡବ୍ଲୁଡି ବଙ୍ଗଳା ନିକଟରୁ ବୁଧବାର ପୋଲିସ୍ 39 କିଲୋ 800 ଗ୍ରାମର ଗଞ୍ଜେଇ ଜବତ କରିଛି । ମାମଲାରେ ସମ୍ପୃକ୍ତ ଥିବା 3 ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିବା ସହ ଗୋଟିଏ କାର ଜବତ କରିଛି ।

ସୂଚନା ଅନୁଯାୟୀ ଟାଉନଥାନା ପୋଲିସ୍ ଖମାରିସାହି ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କାର୍ ବେପରୁଆ ଭାବେ ଆସୁଥିବାର ପୋଲିସକୁ ଖବର ମିଳିଥିଲା । ଖବର ପାଇ କାରକୁ ଧରିବା ପାଇଁ ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଡାକବଙ୍ଗଳା ନିକଟରେ ପୋଲିସ ଟିମ୍ ସହ ପ୍ରସ୍ତୁତ ରହିଥିଲେ । ପୋଲିସ କାରକୁ ଅଟକାଇବା ସମୟରେ କାରରେ ବସିଥିବା 3ଜଣ ବ୍ୟକ୍ତି ଦୌଡି ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ ସେମାନଙ୍କୁ କାବୁ କରିନେଇଥିବା ଜଣାପଡିଛି । ଗିରଫ 3 ଜଣଙ୍କ ଘର କନ୍ଧମାଳ ଜିଲ୍ଲାର । ଏମାନେ କନ୍ଧମାଳରୁ ଭୁବନେଶ୍ବରକୁ ଗଞ୍ଜେଇ ଚାଲାଣ କରୁଥୁବା ଜଣାପଡିଛି । ଅଧିକ ସୂଚନା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.