ETV Bharat / state

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରି ନିଜ ପୋଷାକ ପିନ୍ଧାଇଲେ ଓଡିଆ ଯବାନ - ଭାଇରାଲ ଭିଡିଓ

ଓଡ଼ିଆ ଯବାନ ଦେଖାଇଲେ ମାନବିକତା । ଆତ୍ମହତ୍ୟା ଉଦ୍ୟମ ଯୁବତୀଙ୍କୁ ବଞ୍ଚାଇବା ସହ ଯବାନ ପିନ୍ଧାଇଲେ ନିଜ ପୋଷାକ । ଅଧିକ ପଢନ୍ତୁ...

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରି ନିଜ ପୋଷାକ ପିନ୍ଧାଇଲେ ଯବାନ

author img

By

Published : Aug 5, 2021, 1:06 PM IST

Updated : Aug 7, 2021, 1:50 AM IST

ନୟାଗଡ଼: ଓଡ଼ିଆ ଯବାନ ଦେଖାଇଲେ ମାନବିକତା । ଆତ୍ମହତ୍ୟା କରିବାକୁ ଯାଇ ମୁର୍ମୂଷ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବା ଯୁବତୀଙ୍କ ଉପରେ ନିଜ ପୋଷାକ ଘୋଡ଼ାଇବା ସହ ଉଦ୍ଧାର କରି ଚର୍ଚ୍ଚାରେ 4 ଯବାନ l ଏହି 4 ଯବାନଙ୍କ ମଧ୍ୟରେ ଅଛନ୍ତି ଓଡିଶାର ଜଣେ ଯବାନ । ତେବେ ଯବାନଙ୍କ ଏହି ଉଦ୍ଧାର ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରି ନିଜ ପୋଷାକ ପିନ୍ଧାଇଲେ ଯବାନ

ଓଡ଼ିଆ ଯବାନ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବିନୋଦପଡ଼ା ଗ୍ରାମର ଅଭିମନ୍ୟୁ ନାୟକଙ୍କ ପୁଅ ନବକିଶୋର ନାୟକ l ଗତ ମଙ୍ଗଳବାର ରାଜଧାନୀ ଦିଲ୍ଲୀର ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ ରେଳ ଧାରଣାରେ ଜଣେ 21 ବର୍ଷୀୟା ଯୁବତୀ ଆତ୍ମହତ୍ୟା ଉଦ୍ୟମ କରୁଥିଲେ l ଏନେଇ ଖବର ପାଇ ଡ୍ୟୁଟି କରୁଥିବା 4 ଯବାନ ଦେବଦୂତ ସାଜି ଯୁବତୀଙ୍କୁ ରକ୍ଷା କରିଛନ୍ତି l ଟ୍ରେନ ଟ୍ରାକ ମଝିରୁ ଯୁବତୀଙ୍କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ସଂଗ୍ରାମ l ଏହି ସମୟରେ ଯୁବତୀଙ୍କ ଦେହର ନଥିଲା ପୋଷାକ l ଏହା ଦେଖି ଓଡ଼ିଆ ଯବାନ ନବକିଶୋର ନିଜ ପୋଷାକ କାଢି ଯୁବତୀଙ୍କ ଉପରେ ପକାଇଥିଲେ l

ଏଭଳି ମାନବିକତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ଦିଲ୍ଲୀ ସରକାର ସମେତ CISF ଆଇଜି ଯବାନମାନଙ୍କୁ ପ୍ରମାଣ ପତ୍ର ଆଦି ଦେଇ ପୁରସ୍କୃତ କରିଛନ୍ତି l ଯବାନମାନଙ୍କ ଏଭଳି ମାନବିକତା ପ୍ରଦର୍ଶନ ପାଇଁ ସାରା ଦେଶରେ ଭୂରିଭୂରି ପ୍ରଶଂସା କରାଯାଉଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Aug 7, 2021, 1:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.