ETV Bharat / state

ଦଶପଲ୍ଲାରେ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ରମେଶ ଚନ୍ଦ୍ର ବେହେରା , ପୂର୍ଣ୍ଣଚନ୍ଦ୍ର ନାୟକ ଓ ପ୍ରସାନ୍ତ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

author img

By

Published : Mar 26, 2019, 11:53 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ । ବିଜେଡ଼ି ଦଳରୁ ବିଧାୟକ ପଦପାଇଁ ଦଳିୟ ଟିକେଟ ପାଇଥିବା ରମେଶ ଚନ୍ଦ୍ର ବେହେରା ହଜାର ହଜାର ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସେହିପରି ଗତକାଲି ବିଜେଡି ଟିକେଟ୍ ନପାଇ ବିଜେପିରେ ଯୋଗ ଦେଇଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଭାରତୀୟ ଜନତା ପାର୍ଟି ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେପଟେ କଂଗ୍ରେସ ଦଳରୁ ବିଧାୟକ ପଦପାଇଁ ପ୍ରଶାନ୍ତ ନାୟକ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ତେବେ ଏହି ୩ ଦଳର ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ଦାଖଲ କରୁଥିବା ବେଳେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖୁସି ଏବଂ ଉତ୍ସାହର ଲହରୀ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.