ETV Bharat / state

ଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ 3ଟି ମାମଲା

author img

By

Published : Oct 15, 2020, 5:53 PM IST

ନୟାଗଡ଼ ଜିଲ୍ଲା ରଣପୁର ଥାନାର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ ଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ 3 ଟି ମାମଲା । ଜନସାଧାରଣଙ୍କୁ ମାଡ ମାରିବା, ଲାଞ୍ଚ ମାଗିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ କେସ ହୋଇଛି । ଅଧିକ ପଢନ୍ତୁ...

3 cases in the name of Chandpur police station IIC

ନୟାଗଡ଼: ରଣପୁର ଥାନାର ପୂର୍ବତନ ଆଇଆଇସି ତଥା ବର୍ତ୍ତମାନ ଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ 3 ଟି ମାମଲା ହୋଇଥିବା ଜଣାପଡିଛି l ନୟାଗଡ଼ ଜିଲ୍ଲା ରଣପୁର ପ୍ରଥମ ବିଚାର ବିଭାଗୀୟଙ୍କ କୋର୍ଟରେ 1 ସିସି 27/20 ଓ 26/20ରେ ଦୁଇଟି ଓ ନୟାଗଡ ସ୍ୱତନ୍ତ୍ର ଏସସି ଏବଂ ଏସଟି କୋର୍ଟରେ 1 ସିସି 9/20 ରେ ନମ୍ବରରେ କେସ ହୋଇଛି l ମୋଟ 3ଟି ମାମଲା ହୋଇଛି l ଅଭିଯୋଗ ଅନୁସାରେ ଚାନ୍ଦପୁରର ସରୋଜ ସେଠୀଙ୍କୁ ଆଇ.ଆଇ.ସି. ରଶ୍ମି ରଞ୍ଜନ ଦାଶ ମାଡ ମାରିବା ସହ ତାଙ୍କୁ ମାସିକ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଚାନ୍ଦପୁର ଥାନା ଆଇଆଇସିଙ୍କ ନାମରେ 3 ଟି ମାମଲା

ସେହିଭଳି ବ୍ରେଟ ଗ୍ରାମର ଚନ୍ଦ୍ରଭାନୁ ପ୍ରଧାନଙ୍କ ଘରେ ପଶି ଚାନ୍ଦପୁର ଆଇଆଇସି ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କ ଲୁଗା ଟଣାଟଣି କରି ମାଡ ମାରିଥିଲେ ଏବଂ ଜିତେନ୍ଦ୍ର ପ୍ରଧାନ ମଧ୍ୟ ଅନୁରୂପ ଭାବେ ଏହି ଅଭିଯୋଗ କରିଛନ୍ତି l ଏନେଇ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି l ତାଙ୍କ ମନୋବଳ ଭାଙ୍ଗିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ସେ କହିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.