ETV Bharat / state

ଆଜି ନୟାଗଡ଼ରେ 122 ନୂଆ ସଂକ୍ରମିତ

author img

By

Published : Apr 28, 2021, 11:59 AM IST

ରାଜ୍ୟରେ ଆଜି 8 ହଜାର ପାର ହୋଇଛି ସଂକ୍ରମଣ । ନୟାଗଡରେ 122 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ନୟାଗଡ଼ରେ 122 ନୂଆ ସଂକ୍ରମିତ
ନୟାଗଡ଼ରେ 122 ନୂଆ ସଂକ୍ରମିତ

ନୟାଗଡ: ଦିନକୁ ଦିନ ଭୟଙ୍କର ହେଉଛି ଦ୍ବିତୀୟ ଲହର । ରାଜ୍ୟରେ ଆଜି ପ୍ରଥମ ଥର ପାଇଁ 8 ହଜାର ପାର ହୋଇଛି ସଂକ୍ରମଣ । ଆଜିର ସଂକ୍ରମଣ ଭିତରେ ନୟାଗଡରୁ 122 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲାରେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି l ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାରେ ଆଜି ପୁଣି ୧୨୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୮୦୬ଟି ସକ୍ରିୟ ମାମଲା ରହିଛି ।

ଏହି ସକ୍ରିୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ମାତ୍ର କିଛି ପ୍ରତିଶତ ରୋଗୀ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବହୁ ରୋଗୀ ଗୃହ ସଂଗରୋଧରେ ରହିଛନ୍ତି l ଗୃହ ସଂଗରୋଧରେ ରହୁଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ଦ୍ବିତୀୟ ଲହର କୋରୋନା ପରିସ୍ଥିତିକୁ କିଭଳି ମୁକାବିଲା କରାଯିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି l ଆକ୍ରାନ୍ତଙ୍କୁ ମେଡ଼ିସିନ ଯୋଗାଇ ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.