ETV Bharat / state

ଦୁଇ ଭାଇଙ୍କ କଳିରେ ବଳି ପଡିଲା ମଧ୍ୟସ୍ଥି, ଟାଙ୍ଗିଆ ଚୋଟରେ ଗଲା ଜୀବନ

ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତର କାଦୋମାଳି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

author img

By

Published : Jan 30, 2020, 4:03 PM IST

ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର
ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର

ନବରଙ୍ଗପୁର: ଝରିଗାଁ ବ୍ଲକ ଇଛାପୁର ପଞ୍ଚାୟତର କାଦୋମାଳି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଝରିଗାଁ ଥାନା ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଜାରିରଖିଛି ।

ନବରଙ୍ଗପୁରରେ ଯୁବକକୁ ହତ୍ୟା, ଅଭିଯୁକ୍ତ ଫେରାର

ସୂଚନା ଅନୁସାରେ, ଇଚ୍ଛାପୁର ପଞ୍ଚାୟତର ସୁଦର ମାଝୀ ଓ ତାଙ୍କ ସାନଭାଇ ଦେବରାଜ ମାଝୀଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିଲା । ଗତ କିଛି ମାସ ତଳେ ସାନଭାଇ ଦେବରାଜ ମାଝୀକୁ ପୋଲିସ ଗିରଫ କରିଥିଲା । ଜେଲରୁ ଫେରି ଦେବରାଜ ସୁଦରକୁ ମାରିବାକୁ ଚେଷ୍ଟା କରିଥିଲା । ସେଥିପାଇଁ ସେ ଯୋଜନାବଦ୍ଧ ଭାବେ ଦଣ୍ଡରେ ଜଗି ରହିଥିଲା । ସେହି ସମୟରେ ବାଣୁଆଗୁଡା ପଞ୍ଚାୟତର ବଳରାମ ହରିଜନ ତାଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଦେବରାଜ ବଳରାମକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଝରିଗାଁ ଥାନା ଅଧିକାର ନରେଶ ପ୍ରଧାନ ଓ ଏସଆଇ ସନ୍ତୋଷ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ଏହା ସହ ଦେବରାଜକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ଯୁବକ କୁ ହତ୍ୟା ଅଭିଯୁକ୍ତ ଫେରାର ।
ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଇଛାପୁର ପଂଚାୟତ କାଦୋମାଳି ଗ୍ରାମରେ ଏକ ହତ୍ୟକାଣ୍ଡ ଘଟିଯାଇ ଥିବାରସୂଚନା ମିଳିଛି, l ସୂଚନା ଅନୁଯାୟୀ ଇଚ୍ଛା ପୁର ପଂଚାୟତ ର ସୁଦର ମାଝୀ ଙ୍କ ସାନଭାଇ ଦେବରାଜ ମାଝୀ ଉଭୟ ଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହିଥିବା ବେଳେ ଗତ କିଛି ମାଶତଳେ ସାନଭାଇ ଦେବରାଜ ମାଝୀ କୁ ପୋଲିସ ଗିରଫ କରି ଜେଲେ ହାଜତ କୁ ପଟେଇ ଥିଲେ ତେବେ ଜେଲ ରୁ ଫେରିଲେ ପ୍ରତି ଶୋଧ ନେବା ପାଇଁ ଯୋଜନା କରୁଥିବା ଦେବରାଜ ଏକ ସପ୍ତାହ ହେବ ଜେଲ ରୁ ଫେରି ବଡ ଭାଇ ସୁଦର କୁ ମାରିବା ପାଇଁ ମନସ୍ଥକରି ଆଜି ଅପରାହ୍ନ ସମୟରେ କାଦୋ ମାଳି ଗ୍ରାମର ନାଟଗୁରୁ ପଡା କୁ ଯାଇ ସୁଦର ମାଝୀ ର ଘରେ ପହଂଚି ସୁଦର କୁ ଗୋଜି ଥିଲା ତେବେ ସୁଦର ମାଝୀ ଘରେ ନଥିବା ଜାଣି ଉକ୍ତତ ହଇ ଦଣ୍ଡ ରେ ଜଗିରହି ଥିଲା ତେବେ ସେଇ ସମୟ ରେ ବାଣୁଆଗୁଡା ପଂଚାୟତ ର ବଳରାମ ହରିଜନ( 35)ବର୍ଷ ସୁଦର ମାଝୀ ଙ୍କ ନିକଟରେ କିଛି କାର୍ଯ୍ୟ ପାଇଁ ଯାଇଥିବା ବେଳେ ଦେବରାଜ ଟାଙ୍ଗିଆ ଧରୀ ସୁଦର କୁ ହତ୍ୟା କରିବା ପାଇଁ ଯୋଜନା ରେ ଆସିଥିବା ଜାଣିବା ପରେ ଦେବରାଜ କୁ ଏଥିରେ ନିରବ ରହିବା ପାଇଁ ବୁଝା ଶୁଝା କରୁଥିଲେ ତେବେ ପ୍ରତି ଶୋଧ ର ଜଳା ରେ ଜଳୁଥିବା ଦେବ ରାଜ ଭଲ ମନ୍ଦ ଭୁଲି ଭଲପରାମର୍ଶ ଦେଉଥିବା ବଳରାମ ହରିଜନ କୁ ରାଗରେ ସାଥିରେ ନେଇ ଥିବା ଟାଙ୍ଗିଆ ଦ୍ୱାରା ବେକକୁ ପରହାର କରିଥିଲା ବଳରାମ ହରିଜନ ରକ୍ତାକ୍ତ ଅବସ୍ଥା ରେ ଛଟପଟ ହାଇ ଘଟଣା ସ୍ଥାଲରେ ମୁର୍ତ୍ୟୁ ବରଣ କରିଥିଲା ହତ୍ୟା କାଣ୍ଡ ଘଟାଇ ଦେବ ରାଜା ଘଟଣା ସ୍ଥଳ ରେ ଫେରାର ହୋଇ ଯାଇ ଥିବା ବେଳେ ଘଟଣା ସମ୍ପର୍କ ରେ ଝରୀଗାଁ ଥାନା ଧିକାର ନରେସପ୍ରଧାନ ଏ ସଆଇ ସହ ସନ୍ତୋଷକୁମାର ମାଝୀ ପ୍ରମୁଖ ଘଟଣା ସ୍ଥାଲରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିବା ସହ ଦେବ ରାଜ ମାଝୀ କୁ ଧରିବା ପାଇଁ ତାଲାସି ଜାରି ରହିଥିବାର ଜଣେଇ ଅଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.