ନବରଙ୍ଗପୁର: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଉମରକୋଟ ପୌରାଞ୍ଚଳ ଜଙ୍ଗଲରୁ ଗଛ ଅଗ୍ରଭାଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତ ଯୁବକ ଜଣକ ହେଲେ ଦାମୁ ହରିଜନ (୨୫) ଓ ତାଙ୍କ ଘର ଦର୍ଗାଗୁଡ଼ା ବୋଲି ଜଣାପଡ଼ିଛି।
ଦାମୁ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରି ତାଙ୍କ ପରିବାରକୁ ଚଳେଇ ଆସୁଥିଲେ। ଗତ କିଛି ମାସ ତଳେ ସେ ଦର୍ଗାଗୁଡ଼ା ରୁ ଆସି ଶ୍ବଶୁର ଘର ଉମରକୋଟ ୮ନମ୍ବର ୱାର୍ଡ ଡଙ୍ଗରି ସାହିରେ ରହୁଥିଲେ। ଦାମୁଙ୍କ ମୃତ ଦେହ ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିବା ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ଏହାପରେ ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ଦାମୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନାହିଁ । ଦାମୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି ଏହା ପଛରେ ରହସ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ନବରଙ୍ଗପୁରରୁ ତପନ କମାର ବିଷୋୟୀ, ଇଟିଭି ଭାରତ