ନବରଙ୍ଗପୁର: ମହଙ୍ଗା ପଡିଲା ଚୋରା ପିରତି । ପ୍ରେମିକା ଗାଁକୁ ଆସିଥିବା ବେଳେ ନିର୍ଦ୍ଧୁମ ଛେଚା ଖାଇଲେ ପ୍ରେମିକ । ଗୋଇଠା ଚାପୁଡା ଯିଏ ଯେମିତି ଚାହିଁଲା ସେମିତି ମାରିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ (youth beaten viral video) ହୋଇଛି । ଯେଉଁଥିରି ଦେଖିବାକୁ ମିଳିଛି କିଛି ବ୍ୟକ୍ତି ଯୁବକ ଜଣଙ୍କ ଏଭଳି ମାଡ ମାରୁଥିବା ବେଳେ ଯୁବକ ଜଣଙ୍କ କାନ୍ଦୁଛନ୍ତି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କାଉଡୋଲା ପଞ୍ଚାୟତର ତାରଂପାରା ଗ୍ରାମରେ ।
ମିଳିଥିବା ସୂଚନା ଅନୁସାରେ ଗ୍ରାମର ଜଣେ ଯୁବତୀଙ୍କୁ କେବିକଙ୍ଗା ଗ୍ରାମର ସୁରୁ ଗଣ୍ଡ ନାମକ ଜଣେ ଯୁବକ ଭଲ ପାଉଥିଲେ । ହେଲେ ସନ୍ଧ୍ୟା ବେଳେ ଯୁବକ ଜଣକ ଯୁବତୀଙ୍କୁ ବୁଲେଇ ଆଣି ଯୁବତୀଙ୍କ ଘରକୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ହଠାତ ଏହି ସମୟରେ ଯୁବତୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ମିଶି ଯୁବକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାପରେ ମାଡ଼ ମାରିବା ସମୟର ଭିଡିଓ କରି ତାକୁ ଭାଇରାଲ କରିଦେଇଥିଲେ । ଯାହା ବର୍ତ୍ତମାନ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ସର୍ମ୍ପକରେ କୁନ୍ଦେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ନବରଙ୍ଗପୁର ରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ