ନବରଙ୍ଗପୁର: ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ପ୍ରତାରଣାରେ ଶେଷ ହୋଇଛି । ଅଭିଯୋଗ ପରେ ପ୍ରେମିକକୁ ଗିରଫ କରିଛି ପୋଲିସ । ଘଟଣା ହେଉଛି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର । ଏହି ଅଞ୍ଚଳର ଜଣେ ଫେସବୁକରୁ ଯୁଧିଷ୍ଠିର ମାଳି ନାମକ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏହାପରେ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରୀରିକ ସମ୍ପର୍କ । ହେଲେ ପ୍ରେମିକର ଛଳନା ପ୍ରେମକୁ ବୁଝି ପାରିନଥିଲା ପ୍ରେମିକା । ଶେଷରେ ଯୁବତୀଙ୍କୁ ପ୍ରେମରେ ମିଳିଲା ଧୋକା । ଶାରୀରିକ ସମ୍ପର୍କ ଗଢ଼ି ଉଠିବା ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ କରିବାକୁ ସଫାସଫା ମନା କରି ଦେଇଥିଲେ ।
ଫେସବୁକ ପ୍ରେମରେ ପ୍ରତାରିତ ଯୁବତୀ ଜଣକ ତେନ୍ତୁଳିଖୁଣ୍ଟି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗରେ ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଯୁବକଙ୍କୁ ଗିରଫ କରିଛି । ଉଭୟଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତ ପ୍ରେମିକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ