ETV Bharat / state

ବିଜେଡିରେ ମିସିଲେ ବିଭିନ୍ନ ଜିଲ୍ଲାର ଯୁବନେତା - nabarangpur

ମିଶ୍ରଣ ପର୍ବରେ ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ମାନେ ବିଜୁ ଜନତାଦଳରେ ଯୋଗ ଦେଇଛନ୍ତି। ଏଥିସହ ବିଜେପିରୁ ଇସ୍ତଫା ଦେଇଥିବା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦିବାକର ପୂଜାରୀ ମଧ୍ୟ ବିଜେଡିର ଯୋଗଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ୱାଦଦାତା, ନବରଙ୍ଗପୁର
author img

By

Published : Mar 28, 2019, 6:46 AM IST

ନବରଙ୍ଗପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁ ରାଜନୈତିକ ଦଳରେ ଏବେ ଦଳ ଡିଆଁ ପର୍ବ ଚାଲିଛି। ବିଭିନ୍ନ ଦଳରେ ନୂତନ କର୍ମୀ ମାନେ ଯୋଗଦାନ କରୁଥିବାବେଳେ କିଛି କର୍ମୀ ମାନେ ଦଳ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ୱାଦଦାତା, ନବରଙ୍ଗପୁର

ଏହି ମିଶ୍ରଣ ପର୍ବରେ ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବକ ମାନେ ବିଜୁ ଜନତାଦଳରେ ଯୋଗ ଦେଇଛନ୍ତି। ଏଥିସହ ବିଜେପିରୁ ଇସ୍ତଫା ଦେଇଥିବା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦିବାକର ପୂଜାରୀ ମଧ୍ୟ ବିଜେଡିର ଯୋଗଦେଇଛନ୍ତି। ବିଜେଡିର ସାମିଲ ହେବାପରେ ଜିଲ୍ଲା ବିଜେପିର କାର୍ଯ୍ୟକର୍ତାଙ୍କ ଉପରେ ଜୋରଦାର ବର୍ଷିଥିଲେ ଦିବାକର ପୁଜାରୀ । ଜିଲ୍ଲା ବିଜେପିର କାର୍ଯ୍ୟକର୍ତାଙ୍କ ସାଙ୍ଗଠନିକ ମନୋବୃତ୍ତି ନଥିବା ଏବଂ କାର୍ଯ୍ୟକର୍ତା ମାନେ ସଂଗଠନକୁ ସୁଦୃଢ଼ କରିବା ବଦଳରେ ଧନ ଉପାର୍ଜନ ପାଇଁ ଦଳକୁ ବ୍ୟବହାର କରୁଥିବା କହିଥିଲେ ଦିବାକର।

ଜିଲ୍ଲା ବିଜେପିର ପଦପଦବୀରେ ଥିବା ନେତାଙ୍କୁ ଗ୍ରାମାଞ୍ଚଳରେ ଥିବା ସାଧାରଣ ଲୋକ ଚିହ୍ନି ନଥିବା କହିଛନ୍ତି ସେ। ଏହାସହ ସେ ଜଣେ ଆଦିବାସୀ ନେତା ହୋଇଥିବାରୁ ବିଜେଡି ଦଳ ଆଦିବାସୀ ଭୋଟ ହାତେଇବାରେ ସକ୍ଷମ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେ ନିଜ ସମର୍ଥକଙ୍କୁ ନେଇ ନିଜ ଶକ୍ତି ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ

Intro:Body:

conclusion

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.