ETV Bharat / state

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା - ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ । ଅଧିକ ପଢନ୍ତୁ...

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା
ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା
author img

By

Published : Jan 11, 2020, 3:36 AM IST

ନବରଙ୍ଗପୁର: ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁ ଆଦିବାସୀ ସାହିର ଅସହାୟ ବୃଦ୍ଧା ଗୌରୀ ସୌରା (୭୦)ବୟସର ଅପରାହ୍ନରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବାରୁ ପଡ଼ିଶା ଘର ପାଇଖାନାରେ ଆଶ୍ରୟ ନେଇ ରହୁଥିଲେ ।

ମହିଳା ବିଡିଓଙ୍କ ମାନବିକତା, ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା

ତାଙ୍କର ପରିବାର ବୋଲି କେହି ନାହାଁନ୍ତି । ୧୫ ବର୍ଷ ତଳେ ସ୍ବାମୀ ଛାଡ଼ି ଚାଲିଗଲେ ଆରପାରିକୁ । ବଳବୟସ ଥିବା ପର୍ଯ୍ୟନ୍ତ ପର ଘରେ ବାସନ ସଫା କରି ପେଟ ପଶୁଥିଲେ ଗୌରୀ । ଆଉ ଏବେ କାମ କରିବାକୁ ବଳ ପାଉନି । ବାର ଦୁଆର ଭିକ ମାଗି ମାଗି ଚଳି ଯାଉଥିଲେ ହେଲେ ଏବେ ଭିକ ମଧ୍ୟ ମାଗିବାକୁ ଆଉ ସକ୍ଷମ ନାହିଁ । ତେଣୁ ଦିନେ ଖାଇଲେ ତିନି ଦିନ ଉପବାସ ରହିବାକୁ ପଡୁଛି । ସେ ଶୀତ କାକରରେ ପାଇଖାନାରେ ପୋଡ଼ି ରହିଥିଲେ । ତାଙ୍କ ଏହି ଦୁଃଖଦ ଘଟଣା ତେନ୍ତୁଳିଖୁଣ୍ଟି ବିଡ଼ିଓ ଶୁଣିବାକୁ ପାଇଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଖବର ପାଇ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ବିଡ଼ିଓ । ଏହାସହ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ଥଇଥାନ ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ସେପଟେ ମହିଳା ବିଡ଼ିଓଙ୍କ ଏପରି ମାନବିକତା ପାଇଁ ବ୍ଲକବାସୀ ତାଙ୍କୁ ସାଧୁବାଦ ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ।
ଫର୍ମାଟ-ଏଭିଓ,୧୦/୦୧/୨୦
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------------
ଆଙ୍କର-ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇ ମାନବିକତା ଦେଖାଇଲେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଅକ୍ଷମିତା କାର୍ତ୍ତିକ।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ଗାଁ ଆଦିବାସୀ ସାହିର ଅସହାୟ ବୃଦ୍ଧା ଗୋୖରୀ ସୌରା (୭୦)ବୟସର ଅପରାହ୍ନରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିଲେ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିବାରୁ ପଡ଼ିଶା ଘର ପାଇଖାନା ରେ ଆଶ୍ରୟ ନେଇ ରହୁଥିଲେ।ତାଙ୍କ ପରିବାର ବୋଲି କେହି ନାହାଁନ୍ତି ୧୫ ବର୍ଷ ତଳେ ସ୍ୱାମୀ ଛାଡ଼ି ଚାଲିଗଲେ ଆରପାରିକୁ।ବୟସ ଥିବା ପର୍ଯ୍ୟନ୍ତ ପର ଘରେ ବାସନ ସଫା କରି ପେଟ ପଶୁଥିଲେ ଗୋୖରୀ।ଆଉ ଏବେ କାମ କରିବାକୁ ମଧ୍ୟ ବୟସ ନାହିଁ। ବାର ଦାଣ୍ଡକୁ ଭିକ ମାଗି ମାଗି ଚଳି ଯାଉଥିଲେ ହେଲେ ଏବେ ଭିକ ମଧ୍ୟ ମାଗିବାକୁ ଆଉ ବଳ ନାହିଁ।ଏବେ ଦିନେ ଖାଇଲେ ତିନି ଦିନ ଉପବାସ ରହିବାକୁ ପଡୁଛି।ପରିବାର ବୋଲି କେହି ନାହାନ୍ତି।ଏମିତି ଶୀତ କାକରରେ ପାଇଖାନା ରେ ପୋଡ଼ି ରହିଥିଲେ ଗୋୖରୀ।ଗୋୖରୀ ସୌରା ଙ୍କ ଏହି ଦୁଃଖଦ ଘଟଣା ତେନ୍ତୁଳିଖୁଣ୍ଟି ବିଡ଼ିଓ ଶୁଣିବାକୁ ପାଇଥିଲେ।ତେବେ ସଙ୍ଗେ ସଙ୍ଗେ ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଖବର ପାଇ ଶୀତ କାକରରେ ଛୋଟପଟ ହେଉଥିବା ଅସହାୟ ବୃଦ୍ଧା ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ବିଡ଼ିଓ।ଏବଂ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ଓ ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ମହିଳା ବିଡ଼ିଓ ଙ୍କ ଏପରି ମାନବିକତା ପାଇଁ ବ୍ଲକବାସୀ ସାଧୁବାଦ ଜଣାଇବା ସହ ଭୁରି ଭୁରି ପ୍ରଶଂସା କରିଛନ୍ତି।Body:Tapan kumar bissoyi Conclusion:Nabarangpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.