ନବରଙ୍ଗପୁର: କୋଷାଗୁମୁଡା ଥାନା ଅନ୍ତର୍ଗତ ଉକିଆପଲି ଗ୍ରାମ ନିକଟରେ ଏକ ବାଇକକୁ ପଥର ବୋଝେଇ ଟିପର ଧକ୍କା ଦେବାରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟ ହୋଇଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ଉକିଆପଲି ଗ୍ରାମର ମହାଦେବ ଭତରା ଓ ତାଙ୍କ ସ୍ତ୍ରୀ ଦିଶା ଭତରା ଏକ ବାଇକ ଯୋଗେ ନିଜ ଗ୍ରାମକୁ ଆସୁଥିବା ବେଳେ ସମ୍ମୁଖରୁ ଏକ ପଥର ବୋଝେଇ ଟିପର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦିଶା ଭତରାଙ୍କ ମୃତ୍ୟ ହୋଇଥିବା ବେଳେ ବାଇକ ଚାଳକ ମହାଦେବ ଗୁରୁତର ଆହତ ହୋଇଛନ୍ତି । ଟିପର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି ।
![ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର](https://etvbharatimages.akamaized.net/etvbharat/prod-images/od-ngp-xcdent-stri-death-swami-ahata-7204279_06052020144145_0605f_1588756305_366.jpg)
![ଟିପ୍ପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର](https://etvbharatimages.akamaized.net/etvbharat/prod-images/od-ngp-xcdent-stri-death-swami-ahata-7204279_06052020144145_0605f_1588756305_849.jpg)
ଖବର ପାଇ କୋଷାଗୁମୁଡା ପୁଲିସ ଘଟଣା ସ୍ଥଳକୁ ଯାଇ ମୃତ୍ୟୁଦେହକୁ ଜବତ କରିବା ସହ ଗୁରୁତରଙ୍କୁ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ