ETV Bharat / state

ମିଳୁନି ସରକାରୀ ପ୍ରୋତ୍ସାହନ, ବେସାହାରା ହସ୍ତତନ୍ତ ବୁଣାକାର

କୌଳିକବୃତ୍ତିରୁ ମୁହଁ ଫେରାଇଲେଣି ବୁଣାକାର । ମିଳୁନି ପ୍ରୋତ୍ସାହନ । ପ୍ରଶାସନ କରୁଛି ଅଣଦେଖା । ଅଧିକ ପଢ଼ନ୍ତୁ

weaver family facing economic hard
ଆର୍ଥିକ ଅନଟନରେ ବୁଣାକାର
author img

By

Published : Jan 25, 2023, 1:06 PM IST

ଆର୍ଥିକ ଅନଟନରେ ବୁଣାକାର

ନବରଙ୍ଗପୁର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ବିକାଶ ପାଇଁ ହେଉଛି ଅନେକ ଯୋଜନା । ଆଉ ସ୍ବଦେଶୀ ହେବାପାଇଁ ନିଆଯାଉଛି ଶପଥ । ହେଲେ ଏଠାକାର ଚିତ୍ରକୁ ଦେଖିଲେ "ଆତ୍ମନିର୍ଭରଶୀଳ ଭାରତ" ଫେଲ ମାରିଥିିବା ମନେ ହେଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବୁଣାଯାଉଛି ରଙ୍ଗବେରଙ୍ଗର ଶାଢ଼ି । ଯାହାର କଳାକୃତି ବେଶ ସୁନ୍ଦର । ହେଲେ ବିଡ଼ମ୍ବନାର ବିଷୟ ଯେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବ୍ୟବସାୟ । ଫଳରେ ଅନେକ ବୁଣାକାର ଆଜି ନିଜ କୌଳିକ ବୃତ୍ତିରୁ ସନ୍ୟାସ ନେଇଗଲେଣିି ।

ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ଏକ ଛୋଟିଆ ଗାଁ, ଯାହାର ନାଁ ହେଉଛି ସାନ ମସିଗାଁ । ଏହି ଗାଁରେ ରୁହନ୍ତି ପ୍ରାୟ 60ରୁ ଊର୍ଦ୍ଧ୍ବ ତନ୍ତ ପରିବାର । ବାପା, ଅଜା କାଳରୁ ସେମାନଙ୍କ ବ୍ୟବସାୟ ହେଉଛି ଲୁଗା ବୁଣିବା । ହେଲେ ଯେଉଁ ବ୍ୟବସାୟ ଦିନେ ସେମାନଙ୍କ ପରିଚୟ ସୃଷ୍ଟି କରିଥିଲା ଆଜି ସେହି ବ୍ୟବସାୟ ସେମାନଙ୍କ ପାଇଁ ବେସାହାରା ପାଲଟିଯାଇଛି । କିଛି ପରିବାର ନିକଟସ୍ଥ କୋରାପୁଟ ଜିଲ୍ଲାର କୋଟପାଡ଼ରେ ଥିବା କିଛି ବୁଣାକାରଙ୍କଠାରୁ କଞ୍ଚାମାଲ ଆଣି ମଜୁରୀ ହିସାବରେ ଲୁଗା ବୁଣି ସେମାନଙ୍କୁ ହିଁ ଦେଇ ଦେଉଛନ୍ତି । ତ ଆଉ କିଛି ପରିବାର ପଡ଼ୋଶୀ ରାଜ୍ୟ ଜଗଦଲପୁର ସହରରୁ ସୁତା ଆଣି ଜିନିଷ ପ୍ରସ୍ତୁତ କରି ପୁଣି ସେହି ବଜାରରେ ଯାଇ ବିକ୍ରି କରୁଛନ୍ତି ।

ଯେଉଁଥିରେ ବହୁ କଷ୍ଟମଷ୍ଟେ ତାଙ୍କ ପରିବାର ଚଳିଥାଏ । ଏହି ଲୁଗା ତିଆରି କରିବା ପୂର୍ବରୁ ପ୍ରଥମେ ଏମାନେ ସୁତା ଆଣି ସୁତାକୁ ମଣ୍ଡ ଦିଅନ୍ତି । ପରେ ଅରଟ ସାହାଯ୍ୟରେ ସୁତାକୁ ବୋବିନ କରନ୍ତି । ସେହି ସୁତାକୁ ନେଇ ଟାଣି ଡ୍ରମରେ ଆବଶ୍ୟକ ଅନୁସାରେ ସୁତା ଟାଣନ୍ତି । ଯେପରିକି କପଡା କେତେ ମିଟର ପ୍ରସ୍ତୁତ କରିବେ ତାହାର ଲମ୍ବା ଓସାର କେତେ ରହିବ ଏହି ଅନୁସାରେ ସୁତା ଟାଣିବା ପରେ ଘରକୁ ଆଣି ତନ୍ତ ପାନିଆରେ ଜଏଣ୍ଟ କରନ୍ତି ।

ଆଉ ସବୁ ସରିଲା ପରେ ଗ୍ରାହକଙ୍କ ମନପସନ୍ଦ ଅନୁସାରେ ଡିଜାଇନ ପ୍ରସ୍ତୁତ କରି ଲୁଗା ବୁଣିଥାନ୍ତି । କପଡାରେ ନିଜେ ପ୍ରସ୍ତୁତ କରିଥିବା ପ୍ରାକୃତିକ ରଙ୍ଗ ହିଁ ବ୍ୟବହାର କରନ୍ତି । ରଙ୍ଗ ପାଇଁ ଆଲ ଗଛର ଚେରକୁ ଆଣି ଶୁଖାଇ ଗୁଣ୍ଡ କରନ୍ତି । ପରେ ଧଳା ସୁତାକୁ ପାଣିରେ ଧୋଇ ସେହି ଗୁଣ୍ଡ ସହ ଗୋବର ତେଲ ମିଶାଇ ଲାଲ ଓ କଳା ରଙ୍ଗର ସୁତା ପ୍ରସ୍ତୁତ କରିଥାନ୍ତି । ଏଠାକାର ମାଡିଆ ଧୋତି ଛତିଶଗଡ଼ ଆଦିବାସୀଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାରେ ବୁଣା ଯାଇଥିବା ଶାଢ଼ି, ଚୁନି, ଓଢଣୀର ଚାହିଦା ବେଶ ଅଧିକ ରହିଛି ।

ଏଥିପାଇଁ ପ୍ରଶାସନ ତନ୍ତ ଯୋଗାଇ ଦେଇଛି ସତ, କିନ୍ତୁ କଞ୍ଚାମାଲ ଯୋଗାଇ ପାରୁନାହିଁ । ଯାହାଦ୍ୱାରା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୁଣାକାର ମାନେ । ଏନେଇ ଗ୍ରାମର ବୁଣାକାର ବଳରାମ ତନ୍ତି କହିଛନ୍ତି, "ଆମେ କାହିଁ କେଉଁ କାଳରୁ ଏହି କାମକୁ ପରମ୍ପରା ଅନୁସାରେ କରିଆସିଛୁ। ହେଲେ ଏବେ ଏହାକୁ ନେଇ ଆମେ ବେସାହାର ହୋଇଗଲୁଣି । ପ୍ରଶାସନ କୌଣସି ସହାୟତା ଯୋଗାଉନି । ନିଜ ହାତରୁ ଖର୍ଚ୍ଚ କରି ସୂତା କିଣି ଲୁଗା ବୁଣୁଛୁ । ସେଥିରେ ଯାହା ମିଳୁଛି ପଇସା ତାହା ଚଳିବା କଷ୍ଟ ହୋଇପଡ଼ିଲାଣି । ତେଣୁ ଜିଲ୍ଲା ପ୍ରଶାସନ ଟିକେ ସାହାଯ୍ୟ କଲେ ହୁଏତ ଆମେ ଆମ ବେଉସାକୁ ଭଲ ଭାବେ ଚଳାଇପାରନ୍ତୁ ।"

ଜିଲ୍ଲାରେ ଯାନୀ ଯାତ୍ରାରେ ଷ୍ଟଲ୍‌ ଲାଗିଲେ ବାହାର ଜିଲ୍ଲାର ବୁଣାକାରମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାନୀୟ ବୁଣାକାରଙ୍କୁ ଅଣଦେଖା କରୁଛି ଜିଲ୍ଲାପ୍ରଶାସନ ବୋଲି ବୁଣାକାର ଅଭିଯୋଗ କରିଛନ୍ତି । ତେଣୁ କଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇ ଦେଲେ ଆହୁରି ଅନେକ ଡିଜାଇନ ପ୍ରସ୍ତୁତ କରିପାରନ୍ତେ । ବିକ୍ରି ପାଇଁ ବଜାର ବ୍ୟବସ୍ଥା ହୋଇପାରିଲେ ବେଶ ଦୁଇ ପଇସା ଲାଭ ପାଇ ପାରନ୍ତେ ବୋଲି ପ୍ରଶାସନ ପାଖରେ ନିବେଦନ କରୁଛନ୍ତି ।

ଯଦି ପ୍ରକୃତରେ ପ୍ରଶାସନ ଦ୍ୱାରା ଏତିକି ସାହାଯ୍ୟ ମିଳିପାରନ୍ତା ତାହେଲେ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ଏହି କୁଶଳୀ କାରିଗରମାନେ ନିବେଦନ କରୁଛନ୍ତି । ଏନେଇ ଜିଲ୍ଲା ଓରମାସ ଅଧିକାରୀଙ୍କୁ ଆମେ ଯୋଗାଯୋଗ କରିଥିଲୁ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେମାନଙ୍କ ବିକ୍ରିବଟା ପାଇଁ ବଜାର ବ୍ୟବସ୍ଥା କରିବା ସହ କଞ୍ଚାମାଲ ଯୋଗାଇ ଦେବାର ସମସ୍ତ ପ୍ରୟାସ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯିବ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.