ETV Bharat / state

ନବରଙ୍ଗପୁରରେ ବନ୍ଧୁକ କାରବାର, 5 ଗିରଫ

author img

By

Published : Apr 1, 2022, 8:37 AM IST

ବନ୍ଧୁକ କାରବାରରେ 5 ଜଣଙ୍କୁ ଗିରଫ କଲା ଝରିଗାଁ ପୋଲିସ । ଅଧିକ ପଢ଼ନ୍ତୁ

weapon seized in nabarangpur
ନବରଙ୍ଗପୁରରେ ବନ୍ଧୁକ କାରବାର, 5 ଗିରଫ

ନବରଙ୍ଗପୁର: ବନ୍ଧୁକ କାରବାରରେ 5 ଜଣଙ୍କୁ ଗିରଫ କଲା ଝରିଗାଁ ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ଏକ ହତ୍ୟା ଧମକ ଘଟଣାର ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତଙ୍କ ଠାରୁ ଏକ ୯ଏମଏମ ବନ୍ଧୁକ ଜବତ କରିଥିଲା । ଏହି ଘଟଣାର ଖୋଳତାଡ଼ କଲାବେଳେ ବନ୍ଧୁକ କାରବାର ନେଇ ଖବର ସାମ୍ନାକୁ ଆସିଥିଲା।

ନବରଙ୍ଗପୁରରେ ବନ୍ଧୁକ କାରବାର, 5 ଗିରଫ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭରଣ୍ଡିପାରା ଗ୍ରାମର ଜଣେ ଶିକ୍ଷକ ହରିଶ୍ଚନ୍ଦ୍ର ପୂଜାରୀଙ୍କ ଅଭିଯୋଗ ଅନୁସାରେ ଉମରକୋଟ ଥାନା ଅନ୍ତର୍ଗତ ଅଞ୍ଚଲା ଗ୍ରାମର ଦୀପଙ୍କର ରାୟ ଗତ ସୋମବାର ରାତି ହରିଶ୍ଚନ୍ଦ୍ରଙ୍କୁ ତାଙ୍କ ଘରକୁ ଯାଇ ବନ୍ଧୁକ ଦେଖେଇ ହତ୍ୟା ଧମକ ଦେଇଥିଲା । ପରେ ସେଠାରୁ ଖସି ଚାଲି ଆସିଥିଲେ । ଘର ପାଖରେ ଥିବା ଏକ ନୀଳଗିରି ଗଛ ତଳେ ବନ୍ଧୁକକୁ ପୋତି ଦେଇଥିଲା ।

ଏହି ଘଟଣାରେ ପୋଲିସ ଦୀପଙ୍କରକୁ ଧରିବା ପରେ ସେ ସବୁ କଥା କହିଥିଲା । ପୋଲିସର ଜେରା ପରେ ସେ ଏହି କାରବାରରେ ଲିପ୍ତ ରହିଥିବା ଅନ୍ୟ ଚାରି ଜଣଙ୍କ ନାମ ପ୍ରକାଶ କରିଥିଲା । ସେମାନେ ହେଉଛନ୍ତି କୋରାପୁଟ ଜିଲ୍ଲା ଝଡି ଗୁଡ଼ା ଗ୍ରାମର ନରେନ୍ଦ୍ର ଗରଡ଼ା, ଗୌର ରେଲି, ଉମରକୋଟ ଥାନା ଅଞ୍ଚଳର ରାଜ କୁମାର ରେଲି, ବୁର୍ଜା ଗ୍ରାମର ଝୁନେସ ବାଘଙ୍କ ନାମ କହିଥିଲା । ଉକ୍ତ ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାର ତଦନ୍ତ ଚାଲିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଝରିଗାଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.