ETV Bharat / state

ନାଏବ ସରପଞ୍ଚ ନିର୍ବାଚନ ପାଇଁ ଦାବି କଲେ ୱାର୍ଡମେମ୍ବର - ନବରଙ୍ଗପୁରରେ ନାଏବ ସରପଞ୍ଚ ନିର୍ବାଚନ

ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଛି l ତେଜସ୍ବିନୀ ଅଦୁଙ୍କୁ ନାଏବ ସରପଞ୍ଚ ପ୍ରାର୍ଥୀନୀଭାବେ ନିର୍ବାଚିତ କରିବା ପାଇଁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ନାଏବ ସରପଞ୍ଚ ନିର୍ବାଚନ ପାଇଁ ଦାବି କଲେ ୱାର୍ଡ ମେମ୍ବର

author img

By

Published : Apr 6, 2022, 7:06 AM IST

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚଗାଁ ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଛି l ପ୍ରଥମ ଥର ୱାର୍ଡ଼ସଭ୍ୟା ଅପହରଣ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଦ୍ୱିତୀୟ ଥର ମାର୍ଚ୍ଚ ୨ ତରିଖରେ ମଧ୍ୟ ଏହିଭଳି ଅପ୍ରୀତିକର ପରିସ୍ଥିତି ପାଇଁ କୋରମ ଅଭାବରୁ ନିର୍ବାଚନ ସ୍ଥଗିତ ରହିଥିଲା । ଏନେଇ ନିର୍ବାଚନ ଅଧିକାରୀ ତଥା ବିଡିଓ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ ।

ନାଏବ ସରପଞ୍ଚ ନିର୍ବାଚନ ପାଇଁ ଦାବି କଲେ ୱାର୍ଡ ମେମ୍ବର

ତେବେ ନାଏବ ସରପଞ୍ଚ ନିର୍ବାଚନ କରାଇବାକୁ ମଞ୍ଚ ଗ୍ରାମପଞ୍ଚାୟତର ୧୭ ଜଣ ୱାର୍ଡ଼ ମେମ୍ବର ଙ୍କ ମଧ୍ୟରୁ ୧୦ ଜଣ ୱାର୍ଡ଼ ସଭ୍ୟ ବା ସଭ୍ୟା ବିଡିଓଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉପଯୁକ୍ତ ପ୍ରାର୍ଥୀନୀ ତେଜସ୍ବିନୀ ଅଦୁଙ୍କୁ ନାଏବ ସରପଞ୍ଚ ପ୍ରାର୍ଥୀନୀଭାବେ ନିର୍ବାଚିତ କରିବା ପାଇଁ ତେନ୍ତୁଳିଖୁଣ୍ଟି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେ ଜଣେ ଉଚ୍ଚ ଶିକ୍ଷିତା ଓ ଜଣେ ମାଧବୀ ଛାତ୍ରୀ ରହିଥିବାରୁ ତାଙ୍କୁ ଏହି ପଦବୀରେ ନିର୍ବାଚିତ କରାଇବାକୁ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.