ETV Bharat / state

ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ଗ୍ରାମବାସୀ - nabarangpur villagers

କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଗୁଡା ଓ ବାସିନୀ ଗ୍ରାମବାସୀ ସୋମବାର ପୁଣି ଧାନ କାଟିବାକୁ ନେଇ ମୁଁହାମୁହିଁ ହୋଇଛନ୍ତି।

ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ଗ୍ରାମବାସୀ
author img

By

Published : Nov 19, 2019, 2:35 AM IST

ନବରଙ୍ଗପୁର: ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଗୁଡା ଓ ବାସିନୀ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ । ବହୁଦିନ ଧରି ଏକ ବିବାଦୀୟ ଜମିକୁ ନେଇ ଦୁଇଗାଁ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିବାବେଳେ ସୋମବାର ପୁଣି ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ହୋଇଛନ୍ତି ଗ୍ର।ମବାସୀ ।

ଏନେଇ ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟନ୍ତ୍ରଣ କରିଥିବା ବେଳେ ଏହାର ସମାଧାନ ଶୀଘ୍ର କରିବାକୁ ଦୁଇ ଗ୍ରାମବାସୀ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ, କୋଡ଼ିଙ୍ଗା ତହସିଲ ଅଧୀନରେ ଥିବା ଭାଲୁଗୁଡା ଓ ନବରଙ୍ଗପୁର ତହସିଲ ଅଧୀନରେ ଥିବା ବାସିନୀ ପଡୋଶୀ ଏହି ଦୁଇ ଗ୍ରାମର ସୀମାନ୍ତରେ କିଛି ସରକାରୀ, ଜଙ୍ଗଲ ଓ ପଟ୍ଟା ଥିବା ଜମିକୁ ନେଇ ଗତ କିଛିବର୍ଷ ହେଲା ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।

ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ଗ୍ରାମବାସୀ

ଭାଲୁଗୁଡା ଗ୍ରାମବାସୀ କହିବାନୁଯାଇ ଦୀର୍ଘ 50 ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଜମିକୁ ଭାଗଦଖଲ କରି ଚାଷ କରୁଥିଲେ । ଏପରିକି ଜମିର ସମସ୍ତ ଦସ୍ତାବିଜ ମଧ୍ୟ ରହିଛି । କିନ୍ତୁ ବାସିନୀ ଗ୍ରାମର ଲୋକେ ଚାଷ ଜମିରୁ ଧାନ କାଟି ଦେଇଥିଲେ । ଯାହାକୁ ନେଇ ଦେଖା ଦେଇଥିଲା ବିବାଦ ।

ଏହାର ସ୍ଥାୟୀ ସମାଧାନ ପାଇଁ ଆମ ନବରଙ୍ଗପୁର ପ୍ରତିନିଧି ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସବୁବେଳେ ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି ।

ସୋମବାର ମଧ୍ୟ ଦୁଇ ଗ୍ରାମର ଶତାଧିକ ଲୋକ ହାତରେ ଠେଙ୍ଗା, ବାଡ଼ି ଧରି ଧାନ ଫସଲ କାଟିବାକୁ ନେଇ ପୁଣି ଗଣ୍ଡଗୋଳ କରିଥିଲେ । କୋଡ଼ିଙ୍ଗା ଥାନା ଅଧିକାରୀ ଏକ ପୋଲିସ ଟିମ ନେଇ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରି ଦୁଇ ପକ୍ଷଙ୍କୁ ବୁଝାଇ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଲୋକେ ଶାନ୍ତ ପଡିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ ଦୁଇବର୍ଷ ତଳେ ମଧ୍ୟ ଏହି ଦୁଇଗ୍ରାମବାସୀଙ୍କୁ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟକୁ ଡାକି ଦୁଇ ତହସିଲଦାରଙ୍କ ଉପସ୍ଥିତିରେ ଉଭୟ ପକ୍ଷଙ୍କୁ ଉକ୍ତ ବିବାଦୀୟ ଜମିକୁ ନଯିବାକୁ କହିଥିଲେ ଏବଂ ଏହି ଜମିର ସ୍ଥାୟୀ ସମାଧାନ କରିବାକୁ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ଭାଲୁଗୁଡା ଗ୍ରାମବାସୀ ଏହି ବିବାଦୀୟ ଜମିରେ ଚାଷ କରିଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ସ୍ଲୋଗ - ଜମି ବିବାଦକୁ ନେଇ ଦୁଇ ଗ୍ରାମ ମୁଁହାମୁହି , ସ୍ଥାୟୀ ସମାଧାନ ଦାବି ।
--------–---------------------------------------------------
ଆଙ୍କର - ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଭାଲୁଗୁଡା ଓ ବାସିନୀ ଗ୍ରାମବାସୀ ଙ୍କ ମଧ୍ୟରେ ବହୁଦିନ ଧରି ଏକ ବିବାଦୀୟ ଜମିକୁ ନେଇ ଦୁଇଗାଁ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିବା ବେଳେ ଆଜି ପୁଣି ଧାନ କାଟିବାକୁ ନେଇ ପୁଣି ମୁଁହାମୁହିଁ ହୋଇଥିବା ଜଣାପଡିଛି । ଖବର ପାଇ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନିୟନ୍ତ୍ରଣ କରିଥିବା ବେଳେ ଏହାର ସମାଧାନ ଶୀଘ୍ର କରିବାକୁ ଦୁଇ ଗ୍ରାମବାସୀ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ତହସିଲ ଅଧୀନରେ ଥିବା ଭାଲୁଗୁଡା ଓ ନବରଙ୍ଗପୁର ତହସିଲ ଅଧୀନରେ ଥିବା ବାସିନୀ ପଡୋଶୀ ଗ୍ରାମ , ଏହି ଦୁଇ ଗ୍ରାମ ର ସୀମାନ୍ତ ରେ କିଛି ସରକାରୀ ଜମି , ଜଙ୍ଗଲ ଜମି ଓ କିଛି ପଟ୍ଟା ଥିବା ଜମି କୁ ନେଇ ଗତ କିଛି ବର୍ଷ ହେଲା ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଭାଲୁଗୁଡା ଗ୍ରାମବାସୀ କହିବାନୁଯାଇ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଉକ୍ତ ଜମିକୁ ଭୋଗଦଖଲ କରି ଚାଷ କରୁଥିଲେ , ଏଭଳିକି ଜମି ର ସମସ୍ତ ଦସ୍ତାବିଜ ମଧ୍ୟ ରହିଛି , କିନ୍ତୁ ବାସିନୀ ଗ୍ରାମର ଲୋକେ ଚାଷ ଜମି ରୁ ଧାନ କାଟି ଦେଇଥିଲେ , ଏହାକୁ ନେଇ ବିବାଦ ଲାଗିରହୁଥିବା କହିଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଆମେ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସବୁବେଳେ ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ଲାଗିରହିଛି । ଆଜି ମଧ୍ୟ ଦୁଇଗ୍ରାମର ଶତାଧିକ ଲୋକ ହାତରେ ଠେଙ୍ଗା, ବାଡ଼ି ଧରି ଧାନ ଫସଲ କାଟିବାକୁ ନେଇ ପୁଣି ଗଣ୍ଡଗୋଳ ହେବାରୁ କୋଡ଼ିଙ୍ଗା ଥାନା ଅଧିକାରୀ ଭୀମସେନ ନାୟକ ଏକ ପୁଲିସ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରି ଦୁଇ ପକ୍ଷ ଙ୍କୁ ବୁଝାଇ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଲୋକେ ଶାନ୍ତ ପଡିଥିଲେ । ସୂଚନାଯୋଗ୍ୟ କି ଗତ ଦୁଇବର୍ଷ ତଳେ ମଧ୍ୟ ଏହି ଦୁଇଗ୍ରାମବାସୀ ଙ୍କୁ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ କୁ ଡାକି ଦୁଇ ତହସିଲଦାର ଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଙ୍କୁ ଉକ୍ତ ବିବାଦୀୟ ଜମିକୁ ନଯିବାକୁ କହିଥିଲେ ଏବଂ ଏହି ଜମିର ସ୍ଥାୟୀ ସମାଧାନ କରିବାକୁ କହିଥିଲେ , କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ବିଭାଗ ଏଥିପ୍ରତି ଦୃଷ୍ଟି ନଦେବାରୁ ଭାଲୁଗୁଡା ଗ୍ରାମବାସୀ ଏହି ବିବାଦୀୟ ଜମିରେ ଚାଷ କରିଥିଲେ । ଏହାକୁ ବିରୋଧ କରି ବାସିନୀ ଗ୍ରାମବାସୀ ଧାନ ଫସଲ କୁ କାଟି ଦେବାରୁ ପୁଣି ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଆଜି ଗଣ୍ଡଗୋଳ ସ୍ଥଳକୁ କୋଡ଼ିଙ୍ଗା ଥାନା ଅଧିକାରୀ ଯାଇ ଶୀଘ୍ର ସମାଧାନ କରିବାକୁ ଦୁଇଗ୍ରାମ ବାସୀଙ୍କୁ କହିଥିଲେ । ଏଣୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ସ୍ଥାୟୀ ସମାଧାନ କରି ସବୁଦିନ ପାଇଁ ଏହି ବିବାଦର ଅନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.