ETV Bharat / state

ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା, ଖଟିଆରେ ବୁହାହେଲେ ରୋଗୀ

ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ । ଏହି ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତର ତେତୁଳିଗୁଡା ଗ୍ରାମରେ ।

ପୁଣି ଫେଲ୍ ମାରିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ମହିଳା
author img

By

Published : Oct 26, 2019, 11:24 PM IST

ନବରଙ୍ଗପୁର: ପୁଣି ଫେଲ ମାରିଲା ଆମ୍ବୁଲାନ୍ସ ସେବା । ଅଧାବଟରେ ଅଟକିଲା ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ରୋଗୀ । ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତର ତେତୁଳିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା ।

ପୁଣି ଫେଲ୍ ମାରିଲା ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ମହିଳା

ଉକ୍ତ ଗ୍ରାମର ଧୋନେଇ ଦିଶାରୀଙ୍କ ଦେହ ହଠାତ୍ ଖରାପ ହେବାରୁ 108 ଆମ୍ବୁଲାନ୍ସକୁ ସମ୍ପର୍କ କରିଥିଲେ ପରିବାର ଲୋକେ । ତେବେ ଗାଁକୁ ଆମ୍ବୁଲାନ୍ସ ଆସିବା ବେଳେ ଦୁଇ କିଲୋମିଟର ଦୂରରେ କାଦୁଆ ରାସ୍ତାରେ ଅଟକିଲା । ଫଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ, ହେଲପର ରୋଗୀକୁ ଖଟିଆରେ 2 କିଲୋମିଟର ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ରୋଗୀ ଧୋନେଇ ଦିଶାରୀଙ୍କ ସ୍ବାମୀ ପଦଳମ ଦିଶାରୀ କହିବା ଅନୁଯାୟୀ, ଅଳ୍ପ ବର୍ଷା ହେଲେ ଗାଁ ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ । ଫଳରେ ଗାଁକୁ ଗମନାଗମନରେ ବାଧା ଉପୁଜିଥାଏ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ - ଖଟିଆ ଆମ୍ବୁଲାନ୍ସ
ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ 2 କିଲୋମିଟର ରୋଗୀଙ୍କୁ ବୁହାଇ 108 ଆମ୍ବୁଲାନ୍ସରେ ପହଞ୍ଚେଇଲେ ଗ୍ରାମବାସୀ ଓ 108 ଆମ୍ବୁଲାନ୍ସ ଷ୍ଟାଫ ।
ଫର୍ମାଟ - ଏଭିଓ, ୨୬/୧୦/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------------------

ଆଙ୍କର - କାଦୁଅ ରାସ୍ତା ହେତୁ ଗାଁ କୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବରଙ୍ଗପୁର ରେ ପୁଣି ଖଟିଆ ସାଜିଲା ଆମ୍ବୁଲାନ୍ସ । ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଞ୍ଚାୟତର ତେତୁଳିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗ୍ରାମର ଧୋନେଇ ଦିଶାରୀଙ୍କ ଦେହ ହଠାତ ଖରାପ ହୋଇଯିବାରୁ 108 ଆମ୍ବୁଲାନ୍ସକୁ ସଂପର୍କ କରିଥିଲେ । କିନ୍ତୁ କାଦୁଆ ରାସ୍ତା ପୂର୍ବରୁ ଆମ୍ବୁଲାନ୍ସ ଆଉ ଆଗକୁ ବଢି ପାରିନଥିଲା ଏବଂ ଦୁଇ କିଲୋମିଟର ପୂର୍ବରୁ ଦିଶାରୀଗୁଡା ଗ୍ରାମରେ ଅଟକି ଗଲା ଫଳରେ ଗ୍ରାମବାସୀ ଓ ଆମ୍ବୁଲାନ୍ସ ଡ୍ରାଇଭର, ଫାର୍ମାସି, ହେଲପେର ରୋଗୀକୁ ଖଟିଆ ରେ ବୋହି ବୋହି 2 କିଲୋମିଟର ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ରୋଗୀ ଧୋନେଇ ଦିଶାରୀଙ୍କ ସ୍ୱାମୀ ପଦଳମ ଦିଶାରୀ କହିବା ଅନୁଯାଇ ଅଳ୍ପ ବର୍ଷା ହେଲେ ଗାଁ ସହିତ ରାସ୍ତା ବିଛିନ୍ନ ହୋଇଯାଏ ଫଳରେ ଗାଁ କୁ ଗମନାଗମନ ରେ ବାଧା ଉପୁଜେ । ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.