ETV Bharat / state

ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ

author img

By

Published : Jun 7, 2020, 10:45 PM IST

କେନ୍ଦ୍ର ସରକାରଙ୍କ 2.0 ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ଆଜି ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 8 ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କର ଭରଚୁଆଲ ରାଲି ସମ୍ପର୍କରେ ଆଲୋଚନା କରାଯିବା ସହ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସମ୍ପର୍କିତ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା ।ଅଧିକ ପଢନ୍ତୁ...

undivided-koraput-bjp-press-meet-at-nabarangpur
ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ନବରଙ୍ଗପୁରରେ ସାମ୍ବାଦିକ ସମ୍ମିଳନୀ

ନବରଙ୍ଗପୁର: ଜିଲ୍ଲାରେ ବିଜେପିରେ ସାମ୍ବାଦିକ ସମ୍ମିଳନୀ । କେନ୍ଦ୍ର ସରକାରଙ୍କ 2.0 ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେପି ପକ୍ଷରୁ ଆଜି ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରର ପ୍ରଥମ ବର୍ଷ ବଡ ସମସ୍ୟାର ସାମନା କରିବା ସହ ଦୃଢ଼ ନିଷ୍ପତି ନେବାରେ ସଫଳତା ହୋଇପାରିଛି ବୋଲି ବିଜେପି ନେତୃମଣ୍ଡଳ ପ୍ରକାଶ କରିଥିଲେ । ପୂର୍ବତନ ସାଂସଦ ବଳଭଦ୍ର ମାଝୀ ମୋଦି ସରକାରଙ୍କ ଏକ ବର୍ଷ ଶାସନ କାଳରେ ଅବିଭକ୍ତ କୋରାପୁଟ ଜିଲ୍ଲା ବିଶେଷ ଲାଭାନ୍ନିତ ହୋଇଥିବା ବେଳେ ଆଗାମୀ ବର୍ଷ ମାନଙ୍କରେ ଅଧିକ ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ । ନବରଙ୍ଗପୁର-ଜୟପୁର-ମାଲକାନଗିରି ରେଳପଥ , ଆଦର୍ଶ ଶିକ୍ଷାନୁଷ୍ଠାନ , ରାୟଗଡା ରେ ଫୁଡ ପାର୍କ ଭଳି ବହୁ ପ୍ରତିଷ୍ଠିତ ପ୍ରକଳ୍ପ ମୋଦି ସରକାରଙ୍କ ଯୋଗୁଁ କାର୍ଯ୍ୟକାରୀ ହୋଇପାରିଥିବା ମାଝୀ ସୂଚନା ଦେଇଥିଲେ । ମୋଦି ସରକାରଙ୍କ ଏକ ବର୍ଷ ଶାସନର ଓଡ଼ିଶା ଅଧିକ ସଶକ୍ତ ହୋଇଥିବା ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କୋରୋନା ଠାରୁ ଅମ୍ଫାନ ସହାୟତା , ରେଳ ବଜେଟ୍ , କାମ୍ଫଫା ଫଣ୍ଡ୍ , କେନ୍ଦ୍ରୀୟ ଅନୁଦାନ , ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହି ଅବସର ରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆସନ୍ତା 8 ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଙ୍କର ଭରଚୁଆଲ ରାଲି ସମ୍ପର୍କରେ ସୂଚନ ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ସମ୍ପର୍କିତ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି , କୋରାପୁଟ ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ , ଜୟରାମ ଗରଡା, ଯୁବ ନେତା ଗୌରୀ ମାଝୀ , ଗୌତମ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.