ETV Bharat / state

କୋଦାଳ ଧରି ରାସ୍ତା ସମତୁଲ କଲେ ବିଧାୟକ - ବଦଳି ନାହାନ୍ତି  ନିତ୍ୟାନନ୍ଦ ଗଣ୍ଡ

କେତେବେଳେ ମକା ଧାନ ବିଲରେ ପସି କୀଟନାଶକ ମାରୁଛନ୍ତି ତ କେତେବେଳେ କୋଦାଳ ଧରି ରାସ୍ତା ସମତୁଲ କରୁଛନ୍ତି । ଅସୁବିଧା ଦେଖିଲେ କାହାକୁ ଅପେକ୍ଷା ନ କରି ନିଜ ହାତରେ ସମସ୍ୟାର ସମାଧାନ କରୁଛନ୍ତି ଉମରକୋଟର ଚର୍ଚ୍ଚିତ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 4, 2019, 1:45 PM IST

ନବରଙ୍ଗପୁର: ବିଧାୟକ ପଦ ପାଇବା ପରେ ବି ବଦଳି ନାହାନ୍ତି ନିତ୍ୟାନନ୍ଦ ଗଣ୍ଡ । ହାତରେ କୋଦାଳ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଉମରକୋଟ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀର ଖାଲ ଢିପ ରାସ୍ତାକୁ ସମତୁଲ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟଶୈଳୀ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାର ପରିସରରେ ରହିଆସିଥିବାବେଳେ ପୁଣି ଥରେ ପ୍ରଶଂସାଯୋଗ୍ୟ ହୋଇପାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନିତ୍ୟାନନ୍ଦଙ୍କ ଉମରକୋଟ ସ୍ଥିତ ବାସଭବନକୁ ଯିବାକୁ ଥିବା ରାସ୍ତା ଦୀର୍ଘଦିନ ହେବ ମରାମତି ହୋଇନଥିଲା । ଫଳରେ ସ୍ଥାନେ ସ୍ଥାନେ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଯାତାୟତରେ ସମସ୍ୟା ଉପୁଜିଥିଲା । ତେବେ ଏହା ବିଧାୟକଙ୍କ ନଜରକୁ ଆସିବା ପରେ କାହାକୁ ଅପେକ୍ଷା ନ କରି ନିଜ ଅଞ୍ଚଳର ରାସ୍ତା ନିଜେ ସୁଧାରିବାକୁ ଅଣ୍ଟା ଭିଡିଥିଲେ । ଆଉ ବିଧାୟକଙ୍କ ଏଭଳି କାମ ଦେଖି ଆଗେଇ ଆସିଥିଲେ କିଛି ଗ୍ରାମବାସୀ ।

ଘରୁ ଏକ କୋଦାଳ ଆଣି ମାଟିକୁ ହାଣିଲେ ବିଧାୟକ । ଆଉ ଅଧା କାର୍ଯ୍ୟ ହୋଇଥିବା ରାସ୍ତାର ବଳକା ବୋଜୁରୀ ପିଚୁକୁ ଆଣି ମିଶ୍ରଣ ପାଣି ଜମି ଥିବା ସ୍ଥାନଗୁଡିକୁ ପୋତି ରାସ୍ତାକୁ ସମତୁଲ କରିବା ଆରମ୍ଭ କରିଥିଲେ । ପୂର୍ବରୁ ମକା ଧାନରେ ପସି କୀଟନାଶକକୁ ମାରିଥିଲେ ବିଧାୟକ ନିତ୍ୟାନନ୍ଦ । ଆଉ ଆଜି ହାତରେ କୋଦାଳ ଧରି ରାସ୍ତା ମରାମତି କରିଛନ୍ତି । ତେବେ ବିଧାୟକ ପଦ ପାଇବା ପରେ ତାଙ୍କ ନିକଟରେ ଅହଂ ଭାବ ଦେଖିବାକୁ ମିଳିନଥିବା ବେଳେ ତାଙ୍କର କାର୍ଯ୍ୟଶୈଳୀ ସାଧାରଣରେ ପ୍ରଶଂସନୀୟ ହୋଇପାରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ -କୋଦାଳ ଧରି ରାସ୍ତା ସମତୁଳ କଲେ ବିଧାୟକ ।
ଫର୍ମାଟ - ଏଭିଓ,୦୩/୦୯/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
---------------------------------------------
ଆଙ୍କର:ଉମରକୋଟ ଯୁବ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ଯ୍ୟ ସୋଇଳି ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । ବିଧାୟକ ହୋଇ ମଧ୍ୟ ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରୁଛନ୍ତି । ନିଜେ କୋଦାଳ ଧରି ରାସ୍ତା ସମତୁଳ କରି ପୁଣି ଚର୍ଚ୍ଚାରେ ଆସିଛନ୍ତି ସେ । ଏଠାରେ ସୂଚନାଯୋଗ୍ୟ ଯେ ନିତ୍ୟାନନ୍ଦ ଙ୍କ ଉମରକୋଟ ସ୍ଥିତ ବାସଭବନ ଯିବା ରାସ୍ତାର ଅବସ୍ଥା ଦୀର୍ଘଦିନ ହେବ ମରାମତି ନହେବା ଯୋଗୁଁ ସ୍ଥାନେ ସ୍ଥାନେ କୁତ୍ରିମ ପୋଖରୀ ସୃଷ୍ଟି ହୋଇଥିଲା ଫଳରେ ଯାତାୟତ ରେ ଲୋକଙ୍କୁ ଅସୁବିଧା ହେଉଥିଲା ବିଧାୟକ ଙ୍କ ଏହା ନଜର ଆସିବାରୁ ସେ ଘରୁ ଏକ କୋଦାଳ ଆଣି ସେ ପାଖରେ ଥିବା ରାସ୍ତା କାର୍ଯ୍ୟର ବଳକା ରହିଯାଇଥିବା ବୋଜୁରୀ ପିଚୁ ମିଶ୍ରଣ କରି ଗାତ ହୋଇ ପାଣି ଜମି ଥିବା ସ୍ଥାନ ଗୁଡିକୁ ପୋତି ରାସ୍ତା କୁ ସମତୁଲ କରିବା ଆରମ୍ଭ କରିଥିଲେ ।ବିଧାୟକ ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.