ନବରଙ୍ଗପୁର: ଉମରକୋଟ ଉପକାରାଗାର ପରିଦର୍ଶନ କଲେ ଜେଲ ବିଭାଗ ଡିଜି । ଜେଲର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଭାଙ୍ଗୀ ଯାଇଥିବା ବିଲ୍ଡିଂର ପୂର୍ତ୍ତ ବିଭାଗକୁ ଦ୍ବାରା ମରାମତି କରାଯିବ ବୋଲି କହିଛନ୍ତି ।
ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଉମରକୋଟ ଉପକାରାଗାରକୁ ଅଚାନକ ପରଦର୍ଶନରେ କରିଛନ୍ତି । 1997ମସିହାରେ ତିଆରି ହୋଇଥିବା ଏହି ଉପ କାରାଗାରର ବିଲ୍ଡିଂ ଟି ବିଭିନ୍ନ ସ୍ଥାନର ଭାଙ୍ଗି ରୁଜି ଯାଇଥିବା ଦେଖିଥିଲେ । ମୁଖ୍ୟ କାର୍ଯ୍ୟାଳୟକୁ ଯିବା ପରେ କେତେ ଫଣ୍ଡ୍ ଦେଇ ହେବେ ପୂର୍ତ୍ତ ବିଭାଗକୁ ଦେଇ ମରାମତି କରାଯିବ ବୋଲି କହିଥିଲେ । ଉମରକୋଟ ଉପକାରାଗାରରେ ମୋଟ 124 ଜଣ ଅନ୍ତେବାସୀ ରହିବ ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ଏଠାରେ 141 ଜଣ ଅନ୍ତେବାସୀ ରହୁଛନ୍ତି । ଅଧିକ ୱାର୍ଡର ଆବଶ୍ୟକତା ଥିବା ଯୋଗୁଁ 50 ରୁ100 ଅନ୍ତେବାସୀ ରହିବା ଭଳି ୱାର୍ଡ ତିଆରି କରାଯିବ ।
ସେହିପରି ଉପ କାରାଗାରରେ ବିଏସଏନ୍ଏଲ୍ ସେବା ଠିକରେ କାମ କରୁନ ଥିବାରୁ e-ମୁଲାକାତ ବ୍ୟବସ୍ଥା ତ୍ଵରାନିତ କରିବା ସମ୍ଭବ ହେଇ ପାରୁନଥିବା ପ୍ରକାଶ କରିଥିଲେ । ଏଥି ସହ କାରାଗାର ଭିତରେ ଏକ କ୍ୟାଣ୍ଟିନ ଖୋଲା ଯିବାର ବ୍ୟବସ୍ଥା କରାଯିବ । ଏହା ସହ ଜେଲ୍ ପରିସର ରହିଥିବ ସମସ୍ତ ସରକାରୀ ବାସଗୃହ ପରିଦର୍ଶନ କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ