ନବରଙ୍ଗପୁର: ଉମରକୋଟ ବିଧାୟକ ନିଜର ନିଆରା କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚାରେ । ବିଧାୟକ ହୋଇ ମଧ୍ୟ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଚାଷ କାର୍ଯ୍ୟ କରିଛନ୍ତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ମଜୁରିଆଙ୍କ ସହ ଧାନ କାଟିବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।
ଜନତାଙ୍କ ସେବା ପାଇଁ ମୋତେ ସୁଯୋଗ ଦେଇଛନ୍ତି । ପୂର୍ବରୁ ଓକିଲାତି କରୁଥିବା ନିତ୍ୟାନନ୍ଦ 2019 ନିର୍ବାଚନରେ ଉମରକୋଟ ବିଧାନସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି । ମୁଁ ବିଧାୟକ ହେଲେ ମଧ୍ୟ ପ୍ରଥମେ ଜଣେ ଚାଷୀ, ଚାଷ କାମ ହେଉଛି ଆମ କୌଳିକ ବୃତ୍ତି । ଚାଷ କାର୍ଯ୍ୟ ଆମ ବାପା ଜେଜେ ଅମଳରୁ ଚାଷ ଚାଲିଆସିଛି । ମୁଁ ମଧ୍ୟ ଚାଷ କାମ ବୁଝା ବୁଝି କରେ ସମୟ ମିଳିଲେ ନିଜେ କାମ କରେ । ଆଗରୁ ଜମିରେ ଅଧିକ ସମୟ ଦେଇ ପାରୁଥିଲି କିନ୍ତୁ ବିଧାୟକ ଭାବେ ଦାୟିତ୍ଵ ବଢ଼ି ଯାଇଛି । ତେଣୁ ଜମିରେ ଚାଷ କାର୍ଯ୍ୟରେ ଅଧିକ ସମୟ ଦେଇ ପାରୁନାହିଁ ବୋଲି ବିଧାୟକ କହିଛନ୍ତି । ମୁଁ ଅନ୍ୟ ମାନଙ୍କ ସହ ଚାଷ କାର୍ଯ୍ୟରେ ସାହାଯ୍ୟ କଲେ ସେମାନଙ୍କ ମନୋବଳ ବୃଦ୍ଧି ପାଇବ । ବିଧାୟକଙ୍କ ସହ ତାଙ୍କ ପତ୍ନୀଙ୍କୁ ଧାନ କାଟୁଥିବା ଦେଖିବାକୁ ମିଳିଥିଲା । ସେ ପେଶାରେ ଜଣେ ଶିକ୍ଷୟତ୍ରୀ । ବର୍ତ୍ତମାନ କୋରୋନା ଜନିତ ସ୍କୁଲ୍ ଛୁଟି ରହିଥିବାରୁ ସେ ମଧ୍ୟ ବିଧାୟକଙ୍କ ସହ ଚାଷ କାମରେ ସାହାଯ୍ୟ କରୁଛନ୍ତି ।
ସୂଚନାଥାଉକି ପୂର୍ବରୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ରାସ୍ତା କାମ କରିବା ସହ ଚାଷ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ସେହିପରି କୋରାପୁଟ ବିଧାୟକ ରଘୁରାମ ପୋଡାଲ ମଧ୍ୟ ନିଜ ଚାଷ ଜମିରେ ଧାନ ରୋଇବା କାର୍ଯ୍ୟ କରି ଖବରର ଶିରୋନାମା ପାଲଟିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ