ETV Bharat / state

ଦୁଇ ଛାତ୍ରୀ ନିଖୋଜ ଘଟଣା: ଏସପିଙ୍କ ଦ୍ଵାରସ୍ଥ ହେଲେ ପରିବାର

author img

By

Published : Aug 30, 2019, 11:58 PM IST

ପାତ୍ରପୁଟ ଗ୍ରାମର ଦୁଇ ଛାତ୍ରୀ ନିଖୋଜ ହେବାର ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଚୁପ ବସିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ନିଖୋଜ ଦୁଇ ଛାତ୍ରୀଙ୍କ ପରିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ଗ୍ରାମର ଦୁଇ ଛାତ୍ରୀ ନିଖୋଜ ହେବାର ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଚୁପ ବସିଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି ନିଖୋଜ ଦୁଇ ଛାତ୍ରୀଙ୍କ ପରିବାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତିରେ ପାତ୍ରପୁଟ ଗ୍ରାମର ଚିତ୍ର ହରିଜନଙ୍କ ଝିଅ ଯମୁନା ହରିଜନ(୧୪) ଓ କୋରାପୁଟ କେରାପୁଟ ଗ୍ରାମରୁ ଆସି ପାତ୍ରପୁଟରେ ରହି ପାଠ ପଢୁଥିବା ତ୍ରିଲୋଚନ ହରିଜନଙ୍କ ଝିଅ ଲକ୍ଷ୍ମୀ ହରିଜନ(୧୬) ନିଖୋଜ ହୋଇଯାଇଥିଲେ । ପରେ ପରିବାର ଲୋକେ ଦୁଇ ତିନି ଧରି ଖୋଜା ଖୋଜି କରିବା ପରେ ମଧ୍ୟ ଦୁଇ ଝିଅଙ୍କ ପତ୍ତା ପାଇ ନଥିଲେ । ଏନେଇ ନିଖୋଜ ଦୁଇ ଛାତ୍ରୀଙ୍କ ପରିବାର ଲୋକେ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ । କିନ୍ତୁ ଅଭିଯୋଗ ହେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେଇ ଚୁପ ବସିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଛାତ୍ରୀ କେଉଁଠି ଅଛନ୍ତି ଜଣା ପଡୁନଥିବା ବେଳେ ସେମାନେ ଜୀବିତ ନା ମୃତ ତାହାକୁ ନେଇ ପରିବାର ଲୋକେ ଚିନ୍ତାରେ ।

ଏନେଇ ଆଜି ନିଖୋଜ ଦୁଇ ଛାତ୍ରୀଙ୍କ ପରିବାର ଲୋକେ ନବରଙ୍ଗପୁର ଏସପି ନିତିନ କୁସଲକରଙ୍କୁ ସାକ୍ଷାତ କରିଥିଲେ । କିନ୍ତୁ ଜିଲ୍ଲା ପୋଲିସ ପ୍ରଶାସନ ପ୍ରେମ ସମ୍ପର୍କରେ ଦୁଇ ଝିଅ କାହା ସହିତ ଚାଲି ଯାଇଥିବା କହି ଦୁଇ ନିଖୋଜ ପରିବାରଙ୍କୁ ଖୋଜାଖୋଜି କରିବାକୁ କହିଥିଲେ । ଜିଲ୍ଲା ପୋଲିସ ପ୍ରଶାସନଙ୍କ ଏପରି କଥା ଶୁଣି ଦୁଃଖିତ ପରିବାର ଲୋକେ କାହାକୁ ଆମ ଦୁଃଖ ଜଣେଇବୁ କିଏ ଶୁଣିବ ଆମ ଗୁହାରି ବୋଲି କହିଛନ୍ତି । ଜିଲ୍ଲା ପୋଲିସ ପ୍ରଶାସନ କୁ ଖୁବ ଶୀଘ୍ର ଏହାର ତଦନ୍ତ କରି ଝିଅ ଦୁଇଟିକୁ ଫେରେଇ ଆଣିବାକୁ ଉଭୟ ପରିବାର ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

Intro:ସ୍ଲୋଗ-ଦୁଇ ନାବାଳିକା ଛାତ୍ରୀ ନିଖୋଜ,ପୋଲିସ ପ୍ରଶାସନ ଚୁପ।
ଫର୍ମାଟ-ଏଭିଓ,୩୦/୦୮/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
-----------------------------------------------
ଆଙ୍କର:-ଦୁଇ ନାବାଳିକା ଛାତ୍ରୀ ନିଖୋଜ ହୋଇ ଆଜିକୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି।କାନ୍ଦି କାନ୍ଦି ବାରମ୍ବାର ଗୁହାରି କଲେ ମଧ୍ୟ ଗୁହାରି କିଏ ଶୁଣୁନ ଥିବା ଅଭିଯୋଗ ହୋଇଛି।ଏନେଇ ଆଜି ଏସପି ଙ୍କ ଦ୍ଵାରାସ୍ତ ହୋଇଛନ୍ତି ନିଖୋଜ ଦୁଇ ନାବାଳିକା ଛାତ୍ରୀ ଙ୍କ ପରିବାର।ଏହି ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ପାତ୍ରପୁଟ ଗ୍ରାମର।ସୂଚନା ଅନୁଯାୟୀ ଗତ ୧୦ ତାରିଖ ଦିନ ପାତ୍ରପୁଟ ଗ୍ରାମର ଚିତ୍ର ହରିଜନ ଙ୍କ ଝିଅ ଯମୁନା ହରିଜନ(୧୪) ଓ କୋରାପୁଟ ଜିଲ୍ଲା କେରାପୁଟ ଗ୍ରାମରୁ ଆସି ପାତ୍ରପୁଟ ଗ୍ରାମରେ ରହି ପାଠ ପଡୁଥିବା ତ୍ରିଲୋଚନ ହରିଜନ ଙ୍କ ଝିଅ ଲକ୍ଷ୍ମୀ ହରିଜନ (୧୬) ରାତିରେ ଖାଇ ସାରି ଶୋଇବା ପରେ ଦୁଇ ନାବାଳିକା ଝିଅ ନିଖୋଜ ହୋଇଯାଇଥିଲେ।ପରେ ପରିବାର ଲୋକେ ଦୁଇ ତିନି ଧରି ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଦୁଇ ନାବାଳିକା ଝିଅଙ୍କୁ ପାଇ ପାରି ନଥିଲେ।ଏନେଇ ନିଖୋଜ ଦୁଇ ନାବାଳିକା ଝିଅ ଙ୍କ ପରିବାର ଲୋକେ ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେଇଥିଲେ।କିନ୍ତୁ ଅଭିଯୋଗ ହୋଇ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେଇ ଚୁପ ବସିଥିବା ଅଭିଯୋଗ ହୋଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଝିଅ ଙ୍କ ଠିକଣା ସ୍ପଷ୍ଟ ଜଣା ପଡୁନଥିବା ବେଳେ ସେମାନେ ଜୀବିତ ନା ମୃତ ତାହାକୁ ନେଇ ନିଖୋଜ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି।ଏନେଇ ଆଜି ନିଖୋଜ ଦୁଇ ନାବାଳିକା ଝିଅଙ୍କ ପରିବାର ଲୋକେ ନବରଙ୍ଗପୁର ଏସପି ନିତିନ କୁସଲକର ଙ୍କୁ ସାକ୍ଷାତ କରିଥିଲେ।କିନ୍ତୁ ଜିଲ୍ଲା ପୋଲିସ ପ୍ରଶାସନ ପ୍ରେମ ସମ୍ପର୍କରେ ଦୁଇ ଝିଅ କାହା ସହିତ ଚାଲି ଯାଇଥିବା କହି ଦୁଇ ନିଖୋଜ ପରିବାର ଙ୍କୁ ଖୋଜାଖୋଜି କରିବାକୁ କହିଥିଲେ।ଜିଲ୍ଲା ପୋଲିସ ପ୍ରଶାସନ ଙ୍କ ଏପରି କଥା ଶୁଣି ଦୁଃଖିତ ପରିବାର କାହାକୁ ଆମ ଦୁଃଖ ଜଣେଇବୁ କିଏ ଶୁଣିବ ଆମ ଗୁହାରି ବୋଲି ପ୍ରଶ୍ନ କରିଛନ୍ତି।ଜିଲ୍ଲା ପୋଲିସ ପ୍ରଶାସନ କୁ ଖୁବ ଶୀଘ୍ର ଏହାର ତଦନ୍ତ କରି ଝିଅ ଦୁଇଟି କୁ ଫେରେଇ ଆଣିବାକୁ ଦୁଃଖିତ ପରିବାର ଦାବି କରିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.