ନବରଙ୍ଗପୁର: ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଜଣେ ମୃତ ଓ ଆଉ ଦୁଇ ଜଣ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ । ଚନ୍ଦାହାଣ୍ଡିରୁ ଆସୁଥିବା ଏକ ଚାଉଳ ବୋଝଇ ଟ୍ରକ ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାର ସୂଚନା ମିଳିଛି ।
![ଚାଉଳ ବୋଝେଇ ଟ୍ରକ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର](https://etvbharatimages.akamaized.net/etvbharat/prod-images/8744277_accident.jpg)
ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସକୁ ଜଣାଇଥିଲେ । ସୂଚନା ପାଇ ଝରୀଗାଁ ଅଗ୍ନିଶମ ବିଭାଗ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଯାଇଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ