ନବରଙ୍ଗପୁର: ଜିଲ୍ଲାରେ ଗତ କିଛି ଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଅଧିକ ମାତ୍ରାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶନିବାର 26ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
![Today 26 new corona positives identified in Nabarangapur](https://etvbharatimages.akamaized.net/etvbharat/prod-images/od-ngp-corana-positive-7204279_07112020132901_0711f_1604735941_349.jpg)
ନୂଆ 26ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକରୁ 8 ଜଣ, ଉମରକୋଟ ପୌରାଞ୍ଚଳରୁ 6 ଜଣ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ବ୍ଲକରୁ 4 ଜଣ,ନବରଙ୍ଗପୁର ପୌରାଞ୍ଚଳରୁ 2 ଜଣ ଏବଂ ନନ୍ଦାହାଣ୍ଡି,ପାପଡାହାଣ୍ଡି, ରାଇଘର, କୋଷାଗୁମୁଡା, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5846ରେ ପହଞ୍ଚିଛି । ସେପଟେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 5,181ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ 265 ଜଣ ସକ୍ରିୟ ରହିଛନ୍ତି । ସକ୍ରିୟଙ୍କ 193 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 98,485 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ଼-19 ପରୀକ୍ଷା କରାଯାଇଥିବା ସୂଚନା ମିଳିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ