ETV Bharat / state

ନବରଙ୍ଗପୁରରେ ଦିନକରେ 107 କୋରୋନା ପଜିଟିଭ୍ ଚିହ୍ନଟ

author img

By

Published : Oct 8, 2020, 4:10 PM IST

ଆଜି(ଗୁରୁବାର) ନବରଙ୍ଗପୁରରେ ପୁଣି 107 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 4,270କୁ ବୃଦ୍ଧି ପାଇଛି l

ନବରଙ୍ଗପୁରରେ ପୁଣି 107 ନୂଆ କୋରୋନା ପଜିଟିଭ
ନବରଙ୍ଗପୁରରେ ପୁଣି 107 ନୂଆ କୋରୋନା ପଜିଟିଭ

ନବରଙ୍ଗପୁର: କୋରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଯାହାଦ୍ବାରା ଭୟ ଓ ଆଶଙ୍କାରେ ଜୀବନ ଓ ଜୀବିକା ଉପରେ ଘୋର ପ୍ରଭାବ ପଡୁଛି l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ଆଜି(ଗୁରୁବାର) ପୁଣି 107 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l

Nabarangpur
ନବରଙ୍ଗପୁରରେ ପୁଣି 107 ନୂଆ କୋରୋନା ପଜିଟିଭ

ଆଜିର ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 4,270କୁ ବୃଦ୍ଧି ପାଇଛି l ସରକାର ପ୍ରତି ପଞ୍ଚାୟତରେ ଖୋଲିଥିବା ଟିଏମସି ବନ୍ଦ କରିଦେବା ପରେ ପଜିଟିଭ ଆକ୍ରାନ୍ତମାନେ ହୋମ ଆଇସୋଲେସନରେ ରହୁଛନ୍ତି l ଏପରିସ୍ଥଳେ ଘରେ ରହି ଯେଉଁମାନେ, ଅଧିକ ଅସୁସ୍ଥ ହୋଇପଡୁଛନ୍ତି ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଉଛି l କିନ୍ତୁ ପଜିଟିଭ ଆକ୍ରାନ୍ତମାନେ ଘରେ ରହୁଥିବାବେଳେ, ସେଥିପାଇଁ କୌଣସି କଟକଣା ନଥିବା ଯୋଗୁଁ ଏଠାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l

ଆଜିର ଚିହ୍ନଟ ହୋଇଥିବା ନୂଆ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ତେନ୍ତୁଳିଖୁଣ୍ଟି ବ୍ଲକରୁ 32 ଜଣ, ପାପଡାହାଣ୍ଡି ବ୍ଲକରୁ 14, ନନ୍ଦାହାଣ୍ଡି ବ୍ଲକରୁ 13, ନବରଙ୍ଗପୁର ପୌରାଞ୍ଚଳରୁ 12 ଏବଂ ଉମରକୋଟ ପୌରାଞ୍ଚଳରୁ 12 ଜଣ ଚିହ୍ନଟ ହୋଇଥିବାବେଳେ ଝରିଗାଁ ବ୍ଲକରୁ 5 ଜଣ ଓ ନବରଙ୍ଗପୁର, ଉମରକୋଟ, କୋଷାଗୁମୁଡା, ଡାବୁଗାଁ ବ୍ଲକରୁ 4 ଜଣ ଲେଖାଏଁ ଏବଂ ରାଇଘର ବ୍ଲକରୁ 3ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ମୋଟ 7,2520 ଜଣଙ୍କର କୋଭିଡ ପରୀକ୍ଷା କରାଯାଇ ଥିବାବେଳେ ସେଥି ମଧ୍ୟରୁ 4,270 ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 3,615 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ 624 ଜଣ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 513 ଜଣ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.