ETV Bharat / state

ରାଇଘର ଟିନା ମିସ୍ତ୍ରୀ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ଗିରଫ ଦାବିରେ ରାସ୍ତା ଅବରୋଧ

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କେବିକଙ୍ଗା ଗ୍ରାମର ଟିନା ମିସ୍ତ୍ରୀ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତକୁ ଗିରଫ ଦାବି କରି ରାଇଘର ପୋଲିସ ବିରୋଧରେ ବିକ୍ଷୋଭ । ମୁଖ୍ୟ ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ ।

author img

By

Published : Oct 17, 2019, 3:01 PM IST

ଡିଜାଇନ ଫଟୋ

ନବରଙ୍ଗପୁର: ରାଇଘରର ଟିନା ମିସ୍ତ୍ରୀ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତକୁ ଗିରଫ ଦାବି କରି ରାଇଘର ପୋଲିସ ବିରୋଧରେ ବିକ୍ଷୋଭ । ମୁଖ୍ୟ ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ ।

ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କେବିକଙ୍ଗା ଗ୍ରାମରେ ଗତ 22 ତାରିଖରେ ଟିନା ମିସ୍ତ୍ରୀ ନାମକ ଜଣେ ମହିଳାଙ୍କୁ ହତ୍ୟାକରି ଏକ ପୋଖରୀରେ ପକାଇ ଦିଆଯାଇଥିଲା । ଘଟଣା ପରେ ଟିନାଙ୍କ ବାପା ବୃନ୍ଦାବନ ବିଶ୍ବାସ ରାଇଘର କୁନ୍ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେଉଁଥିରେ ସେ ଟିନାଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ନାମ ସହ ଅନ୍ୟ ଅଭିଯୁକ୍ତଙ୍କ ନାମ ରଖିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ତେବେ ପୋଲିସ ଏହି ହତ୍ୟାକାଣ୍ଡରେ କେବଳ ଟିନାଙ୍କ ସ୍ବାମୀ ସମୀର ମିସ୍ତ୍ରୀ ଓ ଶ୍ବଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ । ଯାହାକୁ ନେଇ ଟିନାଙ୍କ ବାପା ବାରମ୍ବାର ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ଭେଟିଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ରାଇଘର ଆଞ୍ଚଳିକ ବଙ୍ଗୀୟ ଉନ୍ନୟନ ସମିତିରେ ଏହା ଜଣାଇଥିଲେ ।

ପରେ ଆଜି ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ପ୍ରାୟ 30ଟି ଗାଁର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ । ଏହା ସହ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀ ମାନେ ପ୍ରକାଶ କରିଛନ୍ତି । ସେପଟେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ରାଇଘର ଜନସାଧାରଣଙ୍କ ବିକ୍ଷୋଭ ।
ଫର୍ମାଟ-ଏଭିଓ,୧୭/୧୦/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
------------------------------------------------
ଆଙ୍କର- ଟିନା ମିସ୍ତ୍ରୀ ହତ୍ୟା କାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରାଇଘର ପୋଲିସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟ ରାସ୍ତା ଅବରୋଧ, ଦୋକାନ ବଜାର ବନ୍ଦ ।ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କେବିକଙ୍ଗା ଗ୍ରାମରେ ଗତ ତା:-୨୨.୦୯.୨୦୧୯ ରିଖ ଟିନା ମିସ୍ତ୍ରୀ ନାମକ ଜଣେ ମହିଳାଙ୍କୁ ହତ୍ୟା କରି ଗ୍ରାମରେ ନିକଟରେ ଥିବା ଏକ ପୋଖରୀରେ ପକାଇ ଦେଇଥିଲେ । ଏହି ଘଟଣାରେ ଟିନାଙ୍କ ବାପା ବୃନ୍ଦାବନ ବିଶ୍ବାସ ରାଇଘର କୁନ୍ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ହେଲେ ପୋଲିସ ମୁତକ ଟିନାଙ୍କ ସ୍ବାମୀ ସମିର ମିସ୍ତ୍ରୀ ଓ ଶ୍ବଶୁରଙ୍କୁ କୋଟ ଚାଲାଣ କରିଛନ୍ତି ହେଲେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହାନ୍ତି । ଏହି ଘଟଣା କୁ ନେଇ ଟିନାଙ୍କ ବାପା ଘର ତଥା ଗ୍ରାମବାସୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜିଲ୍ଲାର ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ହେଲେ ପୋଲିସ ତରଫରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହା ପରେ ଏହି ଘଟଣାକୁ ନେଇ ଟିନାଙ୍କ ବାପା ରାଇଘର ଆଞ୍ଚଳିକ ବଙ୍ଗୀୟ ଉନ୍ନୟନ ସମିତି ପାଖରେ ଅଭିଯୋଗ କରିଥିଲେ । ଆଜି ପ୍ରାୟ ୩୦ ଗୋଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ପୋଲିସ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଏହା ସହିତ ଦୋକାନ ବଜାର ବନ୍ଦ କରିବା ସହିତ ଗାଡି ଚଳାଚଳ ଠପ୍ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବିକ୍ଷୋଭକାରୀ ମାନେ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ଯେପରି କୈାଣସି ଅପ୍ରୀତିକର ଘଟଣା ନ ଘଟେ ତାହା ପାଇଁ ପୋଲିସ ମୁତୟନ କରାଯାଇଛି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.