ETV Bharat / state

ଦଳ ପାଇଁ ଆଶାୟୀ କଣ୍ଟା, ନବରଙ୍ଗପୁର ବିଜେଡ଼ିରେ କନ୍ଦଳ - Nabrangpur

ଅଡୁଆ ସାଜିପାରେ ଟିକେଟ ବଣ୍ଟା । ବିଜେଡି ଆଶାୟୀଙ୍କ ଲମ୍ବାଧାଡି । ଟିକେଟ ନମିଳିଲେ ଦଳ ଛାଡିବାକୁ ଧମକ । ଯାହାକୁ ନେଇ ସରଗରମ ନବରଙ୍ଗପୁର ରାଜନୀତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Mar 4, 2019, 3:20 PM IST

ନବରଙ୍ଗପୁର: ଆସୁଛି ସାଧାରଣ ନିର୍ବାଚନ । ଟିକେଟ ପାଇଁ ଆଶାୟୀଙ୍କ ଲମ୍ବାଧାଡି । ବିଜେଡି ପାଇଁ ଅଡୁଆ ସାଜିପାରେ ଟିକେଟ ବଣ୍ଟନ । ମହଙ୍ଗା ସାଜିପାରନ୍ତି ବିଦ୍ରୋହୀ ନେତା । ଟିକେଟକୁ ନେଇ ଏବେଠୁ ନବରଙ୍ଗପୁର ବିଜେଡିରେ ଦେଖାଦେଇଛି ଅନ୍ତଃକନ୍ଦଳ । ଖୁଲମଖୋଲା କର୍ମୀ ଓ ନେତା ମୁହଁ ଖୋଲିଲେଣି ।

ନବରଙ୍ଗପୁରରେ ରହିଛି 4ଟି ବିଧାନସଭା ମଣ୍ଡଳୀ । ଡାବୁଗାଁକୁ ବାଦ ଦେଲେ ନବରଙ୍ଗପୁର, ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ । ଆଉ ଆସନ୍ତା ସାଧାରଣ ନିର୍ବାଚନରେ ଡାବୁଗାଁକୁ ବି ଅକ୍ତିଆର କରିବା ଲକ୍ଷ୍ୟରେ ଶାସକ ଦଳ । ଆଉ ଏଥିପାଇଁ ଦଳ ପ୍ରସ୍ତୁତ କରୁଛି ସ୍ବତନ୍ତ୍ର ରଣନୀତି । ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମନୋହର ରନ୍ଧାରୀଙ୍କୁ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ଡାବୁଗାଁର ବିଜେଡି କର୍ମକର୍ତ୍ତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ପୂର୍ବ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହେଇଥିବା ମୋତିରାମ ନାୟକଙ୍କ ସପକ୍ଷରେ ଏମାନେ ଯୁକ୍ତି ବାଢୁଛନ୍ତି । କର୍ମୀଙ୍କ କହିବା କଥା ହେଲା, ମୋତିଲାଲ ଡାବୁଗାଁ ଲୋକଙ୍କ ସାଥୀରେ ଅଛନ୍ତି । ପୁଣିଥରେ ବିଜେଡି ତାଙ୍କୁ ଟିକେଟ ଦେଉ । ପାପଡାହାଣ୍ଡିରେ ଏକତ୍ରିତ ହୋଇ ଏଭଳି ଦାବି କରିଛନ୍ତି ଡାବୁଗାଁର 50 ପଞ୍ଚାୟତର ଶହଶହ କର୍ମୀ ଓ ନେତା । ଏପରିକି ଯଦି ରନ୍ଧାରୀଙ୍କୁ ଏହି ନିର୍ବାଚନ ମଣ୍ଡଳୀରେ ଟିକେଟ ମିଳେ, ତେବେ ସାମୂହିକ ଭାବରେ ଦଳ ଛାଡିବାକୁ ଧମକ ମଧ୍ୟ ଦେଇଛନ୍ତି ।

କିଛିଦିନ ପୂର୍ବରୁ ନବରଙ୍ଗପୁର ପୂର୍ବତନ ସମିତି ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଭ୍ୟ ବେଦବ୍ୟାସ ଭତ୍ରା ଏକ ସାମ୍ବାଦିକ ସମ୍ମଳନୀ କରିଥିଲେ । ନିଜ ସମର୍ଥକ ଥିବା ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ସେ ଯେ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟର ଦାବିଦାର ଅଛନ୍ତି, ତାହା ଜଣାଇ ଦେଇଥିଲେ । ଆଗକୁ ଯେ ଜିଲ୍ଲାରେ ଟିକେଟ ବଣ୍ଟନକୁ ନେଇ ବିଜେଡି ଅଡୁଆରେ ପଡିବ, ଏହି ଦୁଇ ଘଟଣାରୁ ସ୍ପଷ୍ଟ ହେଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Slug,,, ମହାଦୀପ, avb, ପୁରୀ, 2।3।19

Anchor,,,  ଜାଗର କୁ ନେଇ ପ୍ରସିଦ୍ଧ ଶୈବ ପୀଠ ପୁରୀ ବାବା ଲୋକନାଥ ଙ୍କ ମନ୍ଦିର ଏବେ ଚଳ ଚଞ୍ଚଳ । ଆଜି ପଙ୍କ ଉଦ୍ଧାର ଏକାଦଶୀ ଅବସରରେ ଏକ ବୃହତ ଦୀପ ଲାଗି ହୋଇଛି ବାବା ଲୋକନାଥ ଙ୍କ ପୀଠରେ। ଯାହାକି ବିଶ୍ୱର ସର୍ବ ବୃହତ ଦୀପ ଏବଂ ଏହାକୁ ନେଇ ଗିନୀଯ world ରେକର୍ଡ ରେ ସ୍ଥାନ ଦିଆଯିବା ନେଇ ଉଦ୍ୟମ କରାଯିବ ବୋଲୀ ଆୟୋଜକ କହିଛନ୍ତି। ଦୀପ ର ଲମ୍ଭ 6 ଫୁଟ ଓ ଓସାର 6 ଫୁଟ ରହିଛି। ସେହିପରି ଦୀପର ଗଭୀରତା 6 ଫୁଟ ରହିଛି। ଏଥିରେ 4 କୁଏଣ୍ଟାଲ50 କିଲୋ ଘିଅ ଧାରଣ କରିବା ର କ୍ଷମତା ରହିଛି। ଦୀପ ର ଓଜନ ରହିଛି ରହିଛି 5 ସହ କେଜି। ତେବେ ଆଜି ଏହି ଦୀପକୁ ପୁରୀ sp , ଉପ ଜିଲ୍ଲାପାଳ, ଙ୍କ ସମେତ ମନ୍ଦିର ର ସେବୟତ ମାନେ ଉପସ୍ଥିତ ରହି ଦୀପ ଜଳାଇ ଥିଲେ। ଏହି ଦୀପ ଆଜି ଠାରୁ ମହାଶିବରାତ୍ରି ପର୍ଯ୍ୟନ୍ତ ଜଳିବ। ତେବେ ଏହି ବିଶାଳ ଦୀପ ନେଇ ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଦେଖିବାକୁ ଶ୍ରଦ୍ଧାଳୁ ତଥା ଜନ ସାଧାରଣ ଙ୍କ ଭିଡ଼ ଦେଖିବାକୁ ମିଳିଛି ଲୋକନାଥ ମନ୍ଦିରରେ। ଅନ୍ୟପଟେ ପଙ୍କ ଉଦ୍ଧାର ଏକାଦଶୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ବାବା ଲୋକନାଥ ଙ୍କ ଦର୍ଶନ କରିଛନ୍ତି।

ବାଇଟ ,, 1,, ସୁର୍ଯ୍ୟ ନାରାୟଣ ରଥ ଶର୍ମା ,, ଜଗନ୍ନାଥ ସଂସ୍କୃତି ପ୍ରଚାରକ
ବାଇଟ ,, ରାମ ଚନ୍ଦ୍ର ହୋତା ,, ଆୟୋଜକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଜୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.