ETV Bharat / state

ନିର୍ମାଣାଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ, ଆତଙ୍କିତ ଗ୍ରାମବାସୀା - nandahandi bears fear

ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁରେ ଏକ ନିର୍ମାଣାଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ । ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅଧିକ ପଢନ୍ତୁ...

ନିର୍ମାଣଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ, ଆତଙ୍କିତ ଗ୍ରାମବାସୀ

author img

By

Published : Jul 31, 2021, 8:05 PM IST

ନବରଙ୍ଗପୁର: ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅଣ୍ଟାସର ଗାଁରେ ଭାଲୁ ଆତଙ୍କ । ଏକ ନିର୍ମାଣାଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ । ମା’ ଭାଲୁ ସହ ଦୁଇଟି ଛୁଆ ଭାଲୁ ରହିଥିବାବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାସ୍ତା କଡ଼ରେ ଘରଟି ଥିବାରୁ ଏବଂ ସେହି ସେହି ରାସ୍ତା ଦେଇ ଲୋକଙ୍କର ଯାତାୟତ ହେଉଥିବାରୁ ଅଧିକ ଭୟଭୀତ ହୋଇପଡିଛନ୍ତି ।

ନିର୍ମାଣଧୀନ ଘର ଭିତରେ ପଶିଛି ତିନୋଟି ଭାଲୁ, ଆତଙ୍କିତ ଗ୍ରାମବାସୀ

ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଭାଲୁମାନେ ଏପର୍ଯ୍ୟନ୍ତ କାହାକୁ କୌଣସି କ୍ଷତି ପହଞ୍ଚାଇ ନଥିବାବେଳେ ଗାଁ ଲୋକେ ଭୟଭୀତ ଅଛନ୍ତି । ଗାଁ ନିକଟରେ ଜଙ୍ଗଲ ଥିବାବେଳେ ସବୁବେଳେ ଭାଲୁମାନଙ୍କ ଚଳପ୍ରଚଳ ରହୁଥାଏ । ଆଜି ସକାଳୁ ତିନୋଟି ଭାଲୁ ଏକ ନିର୍ମାଣାଧିନ ଗୃହ ଭିତରେ ପଶିଥିବା ଗାଁ ଲୋକେ ଦେଖିଥିଲେ । ଏହାପରେ ଘଟଣା ସ୍ଥଳରେ ଭାଲୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିବାରୁ ଭାଲୁମାନେ ଆଉ ଘରୁ ବାହାରି ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଭାଲୁ ମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.