ETV Bharat / state

ଶିକ୍ଷା ବିଭାଗର ନଗ୍ନ ଚିତ୍ର, ଦୁଇଟି ଶ୍ରେଣୀଗୃହରେ ଚାଲିଛି ସ୍କୁଲ - ଶ୍ରେଣୀ ଗୃହ

ଝରିଗାଁ ବ୍ଳକ ଅନ୍ତର୍ଗତ ଗୋଟିଛାପର ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 8ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ମାତ୍ର ଦୁଇଟି ଶ୍ରେଣୀଗୃହରେ ପଢନ୍ତି 8ଟି ଶ୍ରେଣୀର ପିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା ନବରଙ୍ଗପୁର
author img

By

Published : Aug 18, 2019, 11:25 PM IST

ନବରଙ୍ଗପୁର: ଗଣିତ, ବିଜ୍ଞାନ ଓ ଇଂରାଜୀ ପାଇଁ ଅଧିକ ସମୟ ପାଠପଢା । ଶିକ୍ଷା ବିଭାଗ ପାଇଁ କୋଟି କୋଟି ଟଙ୍କାର ଯୋଜନା । ମାତ୍ର ଏହା କେବଳ କାଗଜ କଲମରେ । ଆଜି ଆମେ ଆପଣଙ୍କୁ ଦେଖାଇବୁ ଏମିତି ଏକ ଚିତ୍ର । ଯାହାକୁ ଦେଖିଲା ପରେ ଆପଣ କହିବେ ସତରେ ଏହା ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ନବରଙ୍ଗପୁର

ବିଦ୍ୟାଳୟରେ ଅଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ । ନିୟମତ ସ୍କୁଲକୁ ମଧ୍ୟ ଆସୁଛନ୍ତି ଛାତ୍ରଛାତ୍ରୀ । ମାତ୍ର 8ଟି ଶ୍ରେଣୀ ପାଇଁ ରହିଛି ଦୁଇଟି ଶ୍ରେଣୀଗୃହ । ଏହି ଘଟଣା ହେଉଛି ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଗୋଟିଛାପର ଗ୍ରାମର । ଗ୍ରାମରେ ରହିଥିବା ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ରହିଛି 8ଟି ଶ୍ରେଣୀ । ମାତ୍ର ପାଠ ପଢାଇବାକୁ ରହିଛି ଦୁଇଟି ଶ୍ରେଣୀଗୃହ । ତାହା ପୁଣି ଜରାଜୀର୍ଣ୍ଣ ଅବସ୍ଥାରେ । ବର୍ଷା ହେଲେ ଶ୍ରେଣୀଗୃହର ଛାତରୁ ଗଳୁଛି ପାଣି । ଫଳରେ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢାଉଛନ୍ତି ଶିକ୍ଷକ ।

ଏହି ବିଦ୍ୟାଳୟରେ ସର୍ବ ମୋଟ ୩୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ବିଦ୍ୟାଳୟରେ ଶୌଚାଳୟର ଅଭାବ ନାହିଁ । କିନ୍ତୁ ତାହା କୈାଣସି କାର୍ଯ୍ୟରେ ଆସୁନାହିଁ । ପାନୀୟ ଜଳର କୈାଣସି ବନ୍ଦୋବସ୍ତ ନାହିଁ । ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ମାତ୍ର ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମିଳିତ ଭାବରେ ମନୋମୁଖୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗ ହୋଇଛି । ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ନଷ୍ଟକରି ଗଢୁଛନ୍ତି ନିଜର ଉଜ୍ଜ୍ୱଳ ଭବିଷ୍ୟତ ।

ତେବେ ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି । ଏହି ଶିକ୍ଷୟିତ୍ରୀ ଜଣକ ଏହି ବିଦ୍ୟାଳୟରେ 2011 ମସିହାରେ ଯୋଗଦାନ କରିଥିଲେ । ଯୋଗଦାନ କରିବା ପରେ ଆଜି ପର୍ଯ୍ୟନ୍ତ ୩୬୫ ଦିନ ବି ବିଦ୍ୟାଳୟକୁ ଆସି ନାହାନ୍ତି । କିନ୍ତୁ ବର୍ଷ ସାରା ସରକାରୀ ଖାତାରେ ତାଙ୍କର ଉପସ୍ଥିତ ସ୍ବାକ୍ଷର ସମାନ ରହିଅଛି । ଏହି ଶିକ୍ଷୟିତ୍ରୀ ଜଣକ ମାସରେ ୧୫ ଦିନରେ ସ୍କୁଲକୁ ପଢାଇବାକୁ ଆସନ୍ତି । ମାତ୍ର ମାସସାରା ତାଙ୍କର ସ୍ବାକ୍ଷର ଥାଏ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ବିଦ୍ୟାଳୟରେ ଚାଲୁଥିବା ସମସ୍ତ ଅବହେଳାକୁ କଥାକୁ ସ୍ବୀକାର କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଭତରା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ଶିକ୍ଷା ବିଭାଗର ବିଚିତ୍ର ନୀତି ।
ତା-୧୮.୦୮.୨୦୧୯
ସ୍ଥାନ-ନବରଙ୍ଗପୁର
ANCHOR- ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଶିକ୍ଷା ବିଭାଗର ବିଚିତ୍ର ନୀତି , ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଅନ୍ଧକାର କରି ଗଡୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ,ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ , ପ୍ରଶାସନର ନଜର ନାହିଁ ।
ରାଜ୍ୟ ଓ କେନ୍ଦ୍ର ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହି ଯୋଜନା କେବଳ କାଗଜ କଲମରେ , ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଞ୍ଚାୟତର ଗୋଟିଛାପର ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପାଠ ପଢିବା ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଅଛି , ମାତ୍ର ଦୁଇ ଗୋଟି ଶ୍ରେଣୀ ଗୃହ , ତାହା ମଧ୍ୟ ଜରାଜୀର୍ଣ୍ଣ , ବର୍ଷା ସମୟରେ ଶ୍ରେଣୀ ଗୃହରେ ଛାତରୁ ଗଳୁଛି ପାଣି , ଛାତ୍ର ଛାତ୍ରୀ କ୍ଲାସ ରୂମରେ ଠିକ ଭାବରେ ବସି ପାରୁନାହିଁ , ବାଧ୍ୟ ହୋଇ ବାରାଣ୍ଡାରେ ବସି ପାଠ ପଢୁଛନ୍ତି , ଦୁଇ ଗୋଟି ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି , ଏହି ବିଦ୍ୟାଳୟରେ ସର୍ବ ମୋଟ ୩୪ ଜଣ ଛାତ୍ରଛାତ୍ରୀ , ବିଦ୍ୟାଳୟରେ ଶୈଚାଳୟର ଅଭାବ ନାହିଁ କିନ୍ତୁ ତାହା କୈାଣସି କାର୍ଯ୍ୟରେ ଆସୁନାହିଁ , ପାଣିୟ ଜଳର କୈାଣସି ସୁବନ୍ଦୋବସ୍ତ ନାହିଁ , ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ଅଛନ୍ତି ହେଲେ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମିଳିତ ଭାବରେ ଚଳାଇଛନ୍ତି ମନୋମୁଖୀ କାର୍ଯ୍ୟକଳାପ , ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ନଷ୍ଟକରି ଗଡୁଛନ୍ତି ନିଜର ଉଜ୍ଜ୍ୱଳ ଭବିଷ୍ୟତ । ଏହି ବିଦ୍ୟାଳୟରେ କୈାଣସି ନୀତି ନିୟମ ନାହିଁ ବା କୋୖଣସି ଅଫିସରଙ୍କୁ ଖାତିର ନାହିଁ , ଏହି ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି , ତାଙ୍କର ନାମ ରିତାରାଣି ମହାନ୍ତି । ଏହି ଶିକ୍ଷୟିତ୍ରୀ ଜଣକ ଏହି ବିଦ୍ୟାଳୟରେ ୨୦୧୧ ମସିହାରେ ଯୋଗଦାନ କରିଛନ୍ତି । ଯୋଗଦାନ କରିବା ପରେ ୩୬୫ ଦିନ ମଧ୍ୟ ଡିଉଟି କରିନାହାନ୍ତି । କିନ୍ତୁ ବର୍ଷ ସାରା ସରକାରୀ ଖାତାରେ ଉପସ୍ଥିତ ସ୍ବାକ୍ଷର ସମାନ ରହିଅଛି , ଏହି ଶିକ୍ଷୟିତ୍ରୀ ଜଣକ ୫ କିମ୍ବା ୭/୧୦ ଅଥବା ୧୫ ଦିନରେ ଥରେ ସ୍କୁଲକୁ ଯାଉ ବିଗତ ଦିନର ସମସ୍ତ ସ୍ବାକ୍ଷର ଏକ ସହିତ କରନ୍ତି ନଚେତ ନିକଟସ୍ଥ ବଇଶୀବନ୍ଦା ଗ୍ରାମର ବିଦ୍ୟାଳୟରେ ଶିକ୍ଷକତା ଚାକିରୀ କରୁଥିବା ଶିକ୍ଷୟିତ୍ରୀ ସ୍ବାମୀ ଚିତ୍ତରଞ୍ଜନ ସୂୟାଇ , ବିଗତ ଦିନର ସମସ୍ତ ସ୍ଵାକ୍ଷର ନିଜେ କରନ୍ତି । ଏହି ବେନିୟମ କାର୍ଯ୍ୟକୁ କେହି ହେଲେ ଦେଖିବାକୁ କିମ୍ବି ଶୁଣିବାକୁ କୋୖଣସି ଅଧିକାରୀ ନଥିଲା ବୋଲି ମନେ ହେଉଛି । ଏହି ବାସ୍ତବ କଥାକୁ ସ୍ବୀକାର କରିଛନ୍ତି ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଭତରା । Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.