ETV Bharat / state

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡିପାଣି ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜମକ ହେଲେ ସେହି ଗ୍ରାମର ଅରକ୍ଷିତ ନାୟକ।

author img

By

Published : Apr 5, 2020, 5:28 PM IST

nabarangapur
ପାଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର: ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡିପାଣି ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣକ ହେଲେ ସେହି ଗ୍ରାମର ଅରକ୍ଷିତ ନାୟକ।

ପାଖରୀରେ ବୁଡିଗଲେ ଯୁବକ

ସେ ଆଜି(ରବିବାର) ଗ୍ରାମ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଥିଲେ । ଯାହାଫଳରେ ଅରକ୍ଷିତଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ଆସି ପୋଖରୀରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସକୁ ହସ୍ଥାନ୍ତର କରିଥିଲେ ।

ସୂଚନା ଅନୁଯାୟୀ, ମୃତଦେହ ବ୍ୟବଚ୍ଛେଦ କରିବାପରେ ପରିବାର ଲୋକଙ୍କୁ ମୃତଦେହ ଦିଆଯିବ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.