ETV Bharat / state

ସ୍କୁଲ ପିଲାଙ୍କୁ ପୋକରା ଚାଉଳ ବଣ୍ଟନ ନେଇ ଅଭିଯୋଗ କଲେ ଗ୍ରାମବାସୀ - Nutrition Food for School student

ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ବଣ୍ଟନ । ତେବେ ଏହି ନିମ୍ନ ମାନର ଚାଉଳ ବଣ୍ଟନ ସହ ସ୍କୁଲ ଶିକ୍ଷକଙ୍କ ମନମାନୀ ବିରୁଦ୍ଧରେ ତୀବ୍ର ନିନ୍ଦା କରିବା ସହ ନବରଙ୍ଗପୁର ଜିଲ୍ଲାପାଳ ଓ ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରିବା ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍କୁଲ ପିଲାଙ୍କୁ ପୋକରା ଚାଉଳ ବଣ୍ଟନ ନେଇ ଅଭିଯୋଗ କଲେ ଗ୍ରାମବାସୀ

author img

By

Published : Sep 4, 2021, 7:39 PM IST

ନବରଙ୍ଗପୁର: ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଉଛି ପୋକରା ଚାଉଳ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ପଞ୍ଚାୟତ ଅଧିନ କାଳିଆ ଗୁଡା ଗ୍ରାମରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କାଳିଆ ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ବଣ୍ଟନ କରାଯାଇଛି । ତେବେ ପିଲା ମାନଙ୍କୁ ବଣ୍ଟା ଯାଇଥିବା ଚାଉଳ ଖରାପ ହୋଇ ନୀଳ ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି ।

ସ୍କୁଲ ପିଲାଙ୍କୁ ପୋକରା ଚାଉଳ ବଣ୍ଟନ ନେଇ ଅଭିଯୋଗ କଲେ ଗ୍ରାମବାସୀ

ସୂଚନାନୁସାରେ କୋଭିଡ ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ସରକାର ଚାଉଳ ସମେତ 43ଦିନର ତରକାରୀ ପାଇଁ ପ୍ରଥମ ଫେଜରେ 233ଟଙ୍କା ପିଲାଙ୍କ ବ୍ୟାଙ୍କଖାତା କିମ୍ବା ଅବିଭାବକଙ୍କ ଖାତାରେ ସରକାର ପ୍ରଦାନ କରୁଛନ୍ତି ହେଲେ କିଛି ଅସାଧୁ ପ୍ରକୃତିର ଶିକ୍ଷକ ପିଲାଙ୍କ ଟଙ୍କା ଓ ଚାଉଳକୁ ହଡ଼ପ କରି ଏଭଳି ଖରାପ ଚାଉଳକୁ ବଣ୍ଟନ କରିଛନ୍ତି । ଆଉ ଏହି ଚାଉଳ ଯଦି ପିଲାଏଁ ଖାଇବେ, ତେବେ ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ ।

ସରକାର ପିଲାମାନେ ପାଠ ପଢିବାକୁ ପୃଷ୍ଟିକର ଖାଦ୍ୟ ପାଇବା ନେଇ ଦିନକୁ ଦିନ ଅନେକ ଯୋଜନା କରୁଛନ୍ତି ହେଲେ ଏଠି ଯୋଜନା ଅନେକ ମାତ୍ରାରେ ସଫଳ ରୂପାୟନ ହେଇପାରୁନଥିବା ଦେଖାଯାଉଛି । ତେବେ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଅନେକ ଅଭିଯୋଗ ଆଣିଥିବାବେଳେ ସେଥିମଧ୍ୟରୁ ଠିକ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବା, ପିଲାମାନଙ୍କୁ ପାଠ ନ ପଢାଇବା, ପ୍ରତି ବୁଧବାର ଓ ଶନିବାର ପିଲାମାନଙ୍କୁ ଅଣ୍ଡା ତରକାରୀ ପ୍ରଦାନ କରିବା ।

ସେ ମଧ୍ୟ ଅଭିଯୋଗ କରିଛନ୍ତି କି ଶିକ୍ଷକମାନେ ଗ୍ରାମବାସୀଙ୍କ ପଟା ସଂଗ୍ରହ କରି ମଣ୍ଡି କାର୍ଡ କରିବା ସହ ପ୍ରତି ମାସରେ ଚାଉଳ ନ ଦେଇ ବର୍ଷକୁ 7ରୁ 8କେଜି ଚାଉଳ ବଣ୍ଟନ କରୁଛନ୍ତି । ସେପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଶିକ୍ଷକ ବନମାଳୀ ମାଝୀ ଖଣ୍ଡନ କରିବା ସହ ଏଭଳି ଚାଉଳ ବଣ୍ଟନ କରିନଥିବା କଥା କହିଛନ୍ତି ।

ତେବେ ଗ୍ରାମବାସୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାପାଳ ଓ ବ୍ଲକ ଅଧିକାରୀଙ୍କୁ ଅଭିଯୋଗ କରିବା ନେଇ ଗ୍ରାମର ଭରତ ଗୌଡ଼, ବୁଦୁ ଗୌଡ଼, ଭାରତ ଗୌଡ଼, ପୂର୍ଣ୍ଣ ମାଝୀ, ସୂର୍ଯ୍ୟ ନାୟକ, ବାଘ ଯାନୀ, ବିକ୍ରମ ମାଝୀ, ମାସ ଯାନୀ ପ୍ରମୁଖ ଗ୍ରାମବାସୀ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.