ETV Bharat / state

ପାଇଖାନାରୁ ବଜ୍ରକାପ୍ତା ଉଦ୍ଧାର କଲା ଉମରକୋଟ ବନବିଭାଗ - ଉମରକୋଟ ବନାଞ୍ଚଳ

ପ୍ରାୟ ସାତ କିଲୋଗ୍ରାମ ଓଜନର ବଜ୍ରକାପ୍ତାକୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ପନାରଚୁଆ ଗ୍ରାମର ଜଣଙ୍କ ଘରୁ ଉଦ୍ଧାର କରିଛି । ବଜ୍ରକାପ୍ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

ପାଇଖାନାଘରୁ ବଜ୍ରକାପ୍ତକୁ ଉଦ୍ଧାର କଲା ଉମରକୋଟ ବନବିଭାଗ

author img

By

Published : Aug 13, 2020, 8:13 AM IST

ନବରଙ୍ଗପୁର: କୋରୋନା କଟକଣା କୋହଳ ହେବା ପରେ ନବରଙ୍ଗପୁରରେ ପୁଣି ସକ୍ରିୟ ହେଲେ ବଜ୍ରକାପ୍ତା ମାଫିଆ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ଦ୍ବାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିଛି ନବରଙ୍ଗପୁର ବନବିଭାଗ । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇବା ପରେ ଉମରକୋଟ ବନାଞ୍ଚଳର ଏକ ଟିମ ପନାରଚୁଆ ଗ୍ରାମର ଘାସିଆ ତନ୍ତୀ ନାମକ ବ୍ୟକ୍ତି ଘରେ ଚଢ଼ାଉ କରିଥିଲେ ।

ପାଇଖାନାଘରୁ ବଜ୍ରକାପ୍ତକୁ ଉଦ୍ଧାର କଲା ଉମରକୋଟ ବନବିଭାଗ
ଉମରକୋଟ ବନବିଭାଗ ଦ୍ବାରା ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ସହ ଜଣକୁ ଗିରଫ କରିଛି

ଏହି ଚଢ଼ାଉ ସମୟରେ ଘାସିଆ ଏହି ଜୀବନ୍ତ ବଜ୍ରକାପ୍ତାକୁ ନିଜ ପାଇଖାନା ଘରେ ଲୁଚାଇ ରଖିଥିବା ବନବିଭାଗ ଟିମ ଦେଖିବାକୁ ପାଇଥିଲା । ବନବିଭାଗ ବଜ୍ରକାପ୍ତାକୁ ଜବତ କରିବା ସହ ଘାସିଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଜ୍ରକାପ୍ତା ଓଜନ ପ୍ରାୟ ସାତ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଘାସିଆ ଏହି ବଜ୍ରକାପ୍ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରଖିଥିବା ନେଇ ରେଞ୍ଜେର ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି। ଘସିଆ ଗିରଫ ହେବା ପରେ ଏହାର ଚେର କେଉଁ ଯାଏଁ ଲମ୍ବିଛି ତାହା ନେଇ ତଦନ୍ତ ଚାଲିଥିବା ଉମରକୋଟ ରେଞ୍ଜର ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.