ନବରଙ୍ଗପୁର: ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ସ୍ଥରୀୟ କୃଷି ମହୋତ୍ସବ । ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଅଜିତ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି କୃଷି ମହୋତ୍ସବରେ ଭାଗ ନେଇଥିବା ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ l ସୂଚନା ଥାଉକି, ଏହି କୃଷି ମହୋତ୍ସବ ତିନି ଦିନ ବ୍ୟାପି ଜାରି ରହିବ l ନବରଙ୍ଗପୁରରେ ପ୍ରଯୁକ୍ତି ବିଦ୍ୟା ଉପକରଣ ମାଧ୍ୟମରେ କୃଷି ଉତ୍ପାଦନରେ ସଫଳତା ନେଇ ସମଗ୍ର ଓଡିଶାରେ ସ୍ବତନ୍ତ୍ରତା ରହିଛି l
ଏହି କୃଷି ମହୋତ୍ସବ କାର୍ଯ୍ୟକ୍ରମରେ କୃଷି ସମ୍ବନ୍ଧୀୟ ଆଲୋଚନା ଚକ୍ର, କୃଷି ଯନ୍ତ୍ରପାତିର ବ୍ୟବହାର, ଉତ୍ତମ ବିହନ ଏବଂ ଜୈବିକ ସାର ପ୍ରୟୋଗ ସମ୍ପର୍କରେ ଚାଷୀ ଭାଇମାନଙ୍କୁ ଅବଗତ କରାଯିବ ବୋଲି ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ