ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମାରଙ୍ଗପାଳି ଗ୍ରାମ ନିକଟସ୍ଥ ଏକ ମକାବାଡ଼ି ଭିତରେ ଥିବା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ସେହି ଗ୍ରାମର ସନ୍ତୋଷ ଗଣ୍ଡ, ବୟସ ପାଖାପାଖି 18 ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ମା ଓ ଭାଇ ଅନ୍ୟ ଗାଁକୁ ଯାଇଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ପାଖରେ ଥିବା ମକାବାଡ଼ିରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ବୁଧବାର ମକାବାଡ଼ିର ମାଲିକ ସୁବ୍ରତ ଗଣ୍ଡ ବାଡ଼ିରେ ପାଣି ଦେବାକୁ ଯାଇ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ଓ ପୋଲିସକୁ ଜଣାଇଥିଲେ । ଘଟଣାସ୍ଥଳରେ ରାଇଘର ଥାନା ପୋଲିସ ଏଏସଆଇ କୃଷ୍ଣ ଗୌଡ଼ ପହଞ୍ଚି କେସ୍ ନମ୍ବର ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛନ୍ତି ।
ସେପଟେ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ