ETV Bharat / state

ଭାଲୁ ମୃତଦେହ ଉଦ୍ଧାର, ଖାଦ୍ୟାଭାବରୁ ମୃତ୍ୟୁ ହୋଇଥିବା ସନ୍ଦେହ - ନବରଙ୍ଗପୁର

ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ମକାବାଡ଼ରୁ ଏକ ଭାଲୁର ମୃତଦେହକୁ ଉଦ୍ଧାର କରାଯାଇଛି । ଭାଲୁର ଆନୁମାନିକ ବୟସ ୮ ବର୍ଷ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି ।

The bear's deadbody was recovered
ଭାଲୁ ମୃତଦେହ ଉଦ୍ଧାର, ଖାଦ୍ୟାଭାବରୁ ମୃତ୍ୟୁ ହୋଇଥିବା ସନ୍ଦେହ
author img

By

Published : Aug 20, 2020, 5:39 PM IST

ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ମକାବାଡ଼ରୁ ଏକ ଭାଲୁର ମୃତଦେହକୁ ଉଦ୍ଧାର କରାଯାଇଛି । ଗୁରୁବାର ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ଏକ ଭାଲୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ।

ଭାଲୁ ମୃତଦେହ ଉଦ୍ଧାର, ଖାଦ୍ୟାଭାବରୁ ମୃତ୍ୟୁ ହୋଇଥିବା ସନ୍ଦେହ

ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ଉମାକାନ୍ତ ପଟ୍ଟନାୟକ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ଭାଲୁର ଆନୁମାନିକ ବୟସ ୮ ବର୍ଷ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି ।

ବର୍ତ୍ତମାନ ଭାଲୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖାଦ୍ୟ ଅଭାବରୁ ଭାଲୁ ମୃତ୍ୟୁ ବରଣ କରିଥିବା କହିଛନ୍ତି ଗ୍ରାମବାସୀ । ଭାଲୁର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.