ETV Bharat / state

ମନରେଗାରେ ଦୁର୍ନୀତି, ପିଡିଙ୍କୁ ଭେଟିଲେ ପଞ୍ଚାୟତବାସୀ - ମନରେଗାରେ ଦୁର୍ନୀତି

ନବରଙ୍ଗପୁରରେ ପିଡିଙ୍କୁ ଭେଟିଲେ ତେନ୍ତୁଳୀଖୁଣ୍ଟି ବ୍ଲକ ବାସିନ୍ଦା । ମନରେଗାରେ ଦୁର୍ନୀତି ନେଇ ଅଭିଯୋଗ କରିବା ସହ ନ୍ୟାୟ ଦେବା ପାଇଁ ଦାବି କରିଲେ ଶ୍ରମିକ । ଅଧିକ ପଢନ୍ତୁ

ମନରେଗାରେ ଦୁର୍ନୀତି
ମନରେଗାରେ ଦୁର୍ନୀତି
author img

By

Published : Feb 11, 2023, 1:59 PM IST

ମନରେଗାରେ ଦୁର୍ନୀତି

ନବରଙ୍ଗପୁର: ଜିଲ୍ଲାରୁ ସାମ୍ନାକୁ ଆସିଛି ମନରେଗାରେ ଦୁର୍ନୀତି ହୋଇଥିବା ଖବର । କାମ କରିବା ସତ୍ତ୍ବେ ମଧ୍ୟ ପଇସା ପାଉନଥିବା ନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ଶତାଧିକ ଶ୍ରମିକ ନବରଙ୍ଗପୁର ଆସି ପିଡିଙ୍କୁ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ଦିଗୀ ପଞ୍ଚାୟତ ଅନ୍ତର୍ଗତ ଡେପୁଗୁଡା ଗ୍ରାମଠାରେ ସରକାରଙ୍କ ମନରେଗା ଯୋଜନା ମାଧ୍ୟମରେ ଏକ ପ୍ରୋଟେକ୍ସନ ୱାଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଯାହାକି ଏକ ମାସ ପୂର୍ବରୁ କାମ ଶେଷ ହୋଇଯାଇଥିଲେ ସୁଦ୍ଧା ଦିଗୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ କୃପାସିନ୍ଧୁ ହିଆଲ ଜୋବ ଡିମାଣ୍ଡ କରି ବାରମ୍ବାର ଲଗାତାର 3 ଥର ସେମାନଙ୍କୁ ଆବସେଣ୍ଟ ଦର୍ଶାଇ ଚାଲିଛନ୍ତି ଏବଂ ବାହାରିଥିବା ମୋଷ୍ଟର ରୋଲରେ ଗୋଟିଏ ଗୋଟିଏ ଦିନ ର 13264 ଟଙ୍କାର ବିଲ ମଞ୍ଜୁର କରିଛନ୍ତି l ଏନେଇ ଜିଆରଏସଙ୍କୁ ପଚାରିବା ପରେ ସିଧା ସଳଖ ସେ ଲାଞ୍ଚ ମାଗିବାରୁ ସମସ୍ତ ଶ୍ରମିକ ଯାଇ ବିଡ଼ିଓଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ତେଣୁ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ପରିବାର ହତାଶ ହେବା ପରେ ପରିଶେଷରେ ଗୁରୁବାର ଦିନ ଆସି ପିଡିଙ୍କୁ ଦେଖା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦବଦବା ଜାହିର କଲେ ନକ୍ସଲ, ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପଞ୍ଚାୟତବାସୀ ପିଡିଙ୍କୁ କହିଛନ୍ତି, " ସରକାରୀ ବାବୁଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଖାଇବାକୁ ନ ପାଇ ଅଞ୍ଚଳର ଲୋକେ ଦାଦନ ଖଟିବାକୁ ବାହାରକୁ ଚାଲି ଯାଉଛନ୍ତି l ଯଦି ସରକାରୀ ସ୍ତରରେ କାହାର ଚାପରେ ଆସି ସେମାନଙ୍କୁ ପୁନର୍ବାର ହଇରାଣ କଲେ ସମୂହ ଗ୍ରାମବାସୀ ଦାଦନ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଯଦି ପ୍ରାପ୍ୟ ପ୍ରଦାନ ନ କଲେ ପରିସ୍ଥିତି ଅଣାୟତ୍ତ ହେବା ସହ ଘରେ ପଶି ମାରିବୁ ।"

ଏନେଇ ଆମେ ପିଡି କହିଛନ୍ତି," ତେନ୍ତୁଳିଖୁଣ୍ଟି ବ୍ଲକରୁ କିଛି ଲୋକ ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗକୁ ଗ୍ରହଣ କରିଛି ଏବଂ ଘଟଣାର ତଦନ୍ତ ମଧ୍ୟ କରିବି । ଏହାପରେ ଯଥାଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରିବି ।" ଶ୍ରମିକଙ୍କ ଅଭିଯୋଗ ଶୁଣି ସେମାନଙ୍କ ସହ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ ସମେତ ଅନେକ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ରହି ପିଡିଙ୍କ ସହ ଆଲୋଚନା କରିଥିଲେ l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.