ETV Bharat / state

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଷ୍ଠା ଖୁଆଇବା ଉଦ୍ୟମ ଘଟଣା, 5 ଗିରଫ - ଚନ୍ଦାହାଣ୍ଡି

ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଜଣେ ବ୍ୟକ୍ତିଙ୍କୁ ଗୁଣି ସନ୍ଦେହରେ  ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବା ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି।

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଷ୍ଠା ଖୁଆଇବା ଉଦ୍ୟମ ଘଟଣା: 5ଗିରଫ

author img

By

Published : Jul 24, 2020, 11:08 AM IST

ନବରଙ୍ଗପୁର: ଆଜି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅନେକ ଲୋକ । ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ମୃତ ଯୁବକର ସମ୍ପର୍କୀୟ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ମାଡ ମାରିବା ସହ ବିଷ୍ଠା ଖୁଆଇବାକୁ ଉଦ୍ୟମ କରିଥିଲେ । ଏହି ଅଭିଯୋଗରେ ୫ ଜଣ ଗିରଫ ହୋଇଛନ୍ତି।

ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଷ୍ଠା ଖୁଆଇବା ଉଦ୍ୟମ ଘଟଣା: 5ଗିରଫ

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜାମାଦାରପଡା ଗାଁରେ ଜଣେ ଯୁବକ ଦେବିସିଂ ହାତି(୨୬) ଗତ ୪ ତାରିଖ ଦିନ ସାପ କାମୁଡାରେ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାର ଲୋକେ ଛତିଶଗଡର ଜଣେ ଗୁଣିଆକୁ ଡାକି ଘରେ ପୂଜା ପାଠ କରିଥିଲେ। ଗୁଣିଆ କୁଆଡେ ସେହି ଗାଁର ହିରାସିଂ ଦଳେଇ (୩୦) ଗୁଣି କରି ସାପ ଦ୍ବାରା ହତ୍ୟା କରିଥିବା ନେଇ କହିଥିଲା। ଗୁଣିଆ କଥାରେ ବିଶ୍ବାସ କରି ମୃତକ ଯୁବକର ପରିବାର ଲୋକେ ଗାଁରେ ଗତ ୨୦ ତାରିଖରେ ବୈଠକ ଡକାଇଥିଲେ। ବୈଠକରେ ଗାଁ ଦାଣ୍ଡରେ ହିରାସିଂ କୁ ମାଡ ମାରିଥିଲେ ଓ ଗାଳି ଗୁଲଜ କରିଥିଲେ। ଶେଷରେ ବିଷ୍ଠା ଖୁଆଇବା ପାଇଁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି । ଥାନାରେ ଏତଲା ଦେଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ମୃତକଙ୍କ ସମ୍ପର୍କୀୟ।

ଗତ ୨୧ ତାରିଖ ଦିନ ହିରାସିଂ ଦଳେଇ ଚନ୍ଦାହାଣ୍ଡି ଥାନାରେ ଅମରୁ ହାତି , ରଥ ହାତି, ଡମ୍ବରୁ ହାତି, ବଳଦେବ ହାତି ଓ ଗୋବର୍ଧନ ହାତି ଆଦି ୫ ଭାଇଙ୍କ ନାମରେ ଥାନାରେ ଏତଲା ଦେଇଥିଲେ। ଚନ୍ଦାହାଣ୍ଡି ଥାନାରେ କେସ ନଂ ୧୦୫/୨୦୨୦ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଅଭୟ ବେହେରା ଓ ତଦନ୍ତକାରୀ ଅଧିକାରୀ ଏସଆଇ ବିଦୁରାମ ବାଘ ତଦନ୍ତ କରିଥିଲେ। ତଦନ୍ତ କରିବା ପରେ ଅଭିଯୋଗ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ଚନ୍ଦାହାଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି, ଗତ ୪ ତାରିଖ ଦିନ ସେହି ଗାଁର ଜଣେ ଯୁବକ ଦେବିସିଂ ହାତି ସାପ କାମୁଡାରେ ଗୁରୁତର ହୋଇଥିଲେ। ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପୂର୍ବାହ୍ନ ୧ଟା ବେଳକୁ ଚନ୍ଦାହାଣ୍ଡି ଡାକ୍ତରଖାନାକୁ ଆଣିଥିଲେ। ଚନ୍ଦାହାଣ୍ଡି ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିବା ପରେ ବି ପରିବାର ଲୋକଙ୍କ ବିଶ୍ବାସ କରିନଥିଲେ। ମୃତ ଯୁବକଙ୍କୁ ଘରକୁ ନେଇ ପରିବାର ବଞ୍ଚିଯିବା ଆଶାରେ ଝଡାଫୁଙ୍କା କରିଥିଲେ। ତେବେ ଚନ୍ଦାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.