ETV Bharat / state

ଚିକିତ୍ସା ପାଇଁ ଅର୍ଥ ବାଧକ, ସରକାରୀ ସହାୟତା ଅପେକ୍ଷାରେ ଦମ୍ପତି

author img

By

Published : May 8, 2023, 8:01 AM IST

ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ପଞ୍ଚାୟତ ସଦର ମହକୁମାରେ ରହୁଥିବା ସୁନାଧର ମଜୁରିଆରୁ ପାଲଟି ଯାଇଛନ୍ତି ଗାଈ ଚରାଳି । ଅଧିକ ପଢନ୍ତୁ

sunadhar paika of nabarangpur
sunadhar paika of nabarangpur
sunadhar paika of nabarangpur

ନବରଙ୍ଗପୁର: କୁଲି ମଜୁରୀ କରି ଦୁଇ ପଇସା ରୋଜଗାରରେ ହସ ଖୁସିରେ ଚାଲିଥିଲା ସଂସାର । ହେଲେ ଭାଗ୍ୟର ଗଣନା ଆଉ କିଛି ଥିଲା । ପର ପାଖରେ ମଜୁରୀ ପାଇଁ ଯାଇଥିବା ସମୟରେ ଧାନ ମେସିନରେ ହାତ ପଶିଯାଇଥିଲେ । ଏନେଇ ଡାକ୍ତର ହାତଟିକୁ କାଟିଦେଲେ । ଆଉ ଏବେ ମଜୁରିଆରୁ ପାଲଟି ଯାଇଛନ୍ତି ଗାଈ ଚରାଳି । ଏଭଳି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ପଞ୍ଚାୟତ ସଦର ମହକୁମାରେ ।

ସୁଚନା ମୁତାବକ, ଦିଗି ପଞ୍ଚାୟତ ସଦର ମହକୁମାରେ ସୁନାଧର ପାଇକ ଓ ତାଙ୍କ ସ୍ତ୍ରୀ ରୁହନ୍ତି । ପର ପାଖରେ ମୁଲ ଲାଗି ଦୁହେଁ ସ୍ୱାମୀ ସ୍ତ୍ରୀ ବେଶ ଆରାମରେ ଚଳି ଆସୁଥିଲେ । ହେଲେ 4-5 ବର୍ଷ ତଳେ ସୁନାଧର ଗାଁରେ ଜଣେ ସାହୁକାର ପାଖକୁ ଧାନ ମଳାଇବା ପାଇଁ ମୁଲ ଲାଗିବାକୁ ଯାଇଥିଲେ । ସେଠାରେ ଧାନ ମଳାଇବା ସମୟରେ ମେସିନରେ ସୁନାଧରଙ୍କ ହାତ ପଶି ଯାଇଥିଲା । ଏନେଇ ସେଠାରୁ ଗୁରୁତର ଅବସ୍ଥାରେ ସୁନାଧରଙ୍କୁ ଉଦ୍ଧାର କରି ସାହି ପଡିଶା ଗାଁ ଲୋକେ ଚାନ୍ଦା ଆଦାୟ କରି ତାଙ୍କୁ ମେଡିକାଲ ପଠାଇଥିଲେ । ହେଲେ ଶେଷରେ ସୁନାଧରଙ୍କ ହାତ କାଟିବାକୁ ପଡିଥିଲା ।

ଫଳରେ ସେଠାରୁ ଆସି ଦୁଃଖରେ ଭାଙ୍ଗି ପଡ଼ିଥିଲେ ସ୍ୱାମୀ ସ୍ତ୍ରୀ । କିନ୍ତୁ ଭାଗ୍ୟ ପାଖରେ ହାର ମାନି ନଥିଲେ ଦମ୍ପତି l କିଛି ଦିନ ଗଲା ପରେ ଗାଁ ର 5-7 ପରିବାରର ଗାଈ ଛେଳି ମେଣ୍ଡା ଚରାଇ ସେଥିରୁ ଯାହା ପାଉଣା ମିଳେ ସେତିକିରେ ପରିବାର ଚଳାଉଛନ୍ତି l ଦୁହେଁ ନିଃସନ୍ତାନ ତେଣୁ ଆବଶ୍ୟକ ସମୟରେ ସାହାଯ୍ୟ ପାଇଁ ସାହି ପଡିଶା ହିଁ ଭରସା । ସରକାରଙ୍କ ତରଫରୁ ମାସକୁ 10 କିଲୋ ଚାଉଳ ମିଳୁଛି ଯାହା କି ଦୁଇ ଜଣ ଚଳିବା ପାଇଁ ନିଅଣ୍ଟ ହୋଇପଡୁଛି ।

ତେବେ ଏନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଯଥାଶୀଘ୍ର ସୁନାଧରଙ୍କୁ ଆଣି ddrc ଅଧୀନରେ ପଞ୍ଜିକରଣ କରାଇ ମାସକୁ 700 ଟଙ୍କା ପେନସନରେ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଥିସହ ସୁନାଧରଙ୍କ କୁତ୍ରିମ ଅଙ୍ଗ ପାଇଁ ମାପ ମଧ୍ୟ ନିଆଯାଇଛି । ଅନ୍ୟପଟେ ସରକାରଙ୍କ ତରଫରୁ ପରିବାରକୁ 10 କେଜି ବଦଳରେ 35 କେଜି ଚାଉଳ ପ୍ରଦାନ କରିବା ସହ କିଛି ସୁବିଧା ସୁଯୋଗ ପ୍ରଦାନ ପାଇଁ ଗ୍ରାମବାସୀ ମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.