ETV Bharat / state

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ, ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ

author img

By

Published : Apr 1, 2023, 7:07 PM IST

ନବରଙ୍ଗପୁର ଖାତିଗୁଡା ଥାନା ଅଧିନ ଗୌଡ଼ ଦେଓପାଲିରେ ଗତ ୭ ମାର୍ଚ୍ଚରେ ଚନ୍ଦ୍ର ଗୌଡ଼ଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ର ଗୌଡ଼ଙ୍କ ସମ୍ପର୍କୀୟ ଦେଢ଼ଶାଶୁ ଅଇଁଲା ଗୌଡ଼ଙ୍କ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ
ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ
ଡକାୟତି ଘଟଣାର ପର୍ଦ୍ଦାଫାସ କଲା ପୋଲିସ

ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଥାନା ଅଞ୍ଚଳର ଗୌଡ଼ ଦେଓପାଲିରେ ଗତ ୭ ମାର୍ଚ୍ଚରେ ଚନ୍ଦ୍ର ଗୌଡ଼ଙ୍କ ଘରୁ ଡକାୟତି ହୋଇଥିଲା । ଏନେଇ ଖାତିଗୁଡା ଥାନାରେ କେସ ନମ୍ବର ୨୨ ଆଧାରରେ ତଦନ୍ତ ଜାରି ରଖିଥିଲା ଖାତିଗୁଡା ପୋଲିସ । ତେବେ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାକୁ ନେଇ ଆଜି ଖାତିଗୁଡା ଥାନାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏଏସ୍‌ପି ଚନ୍ଦ୍ରଶେଖର ହୋତା । ତଦନ୍ତରୁ ପୋଲିସ ଯେଉଁ ନିଷ୍କର୍ଷରେ ପହଞ୍ଚିଛି ସେନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି ଏଏସ୍‌ପି ଚନ୍ଦ୍ରଶେଖର ହୋତା ।

ତାଙ୍କ ସୂଚନା ଅନୁସାରେ ଚନ୍ଦ୍ର ଗୌଡ଼ଙ୍କ ସମ୍ପର୍କୀୟ ଦେଢ଼ଶାଶୁ ଅଇଁଲା ଗୌଡ଼ ହିଁ ଏହି ଚୋରି ଯୋଜନାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଅଇଁଲା ହିଁ ଚନ୍ଦ୍ରଙ୍କ ଗୌଡ଼ ଘରେ ଥିବା ପୁରାତନ ବ୍ରୋଞ୍ଜ ଥାଳି ଓ ତମ୍ବା ମୁଦ୍ରାକୁ ଚୋରାଇବାକୁ ଯୋଜନା କରିଥିଲେ । ତଥାକଥିତ ବ୍ରୋଞ୍ଜ ଥାଳି ଓ ମୁଦ୍ରାର ଚମତ୍କାର ଗୁଣ ରହିଛି, ଯାହାର ମାର୍କେଟ ଦର କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି । ତେଣୁ ସେ ଷଡ଼ଯନ୍ତ୍ର କରିଥିବା ସୂଚନା ଦେଇଛି ପୋଲିସ । ସାନଦେବତାଗୁଡାର ସଞ୍ଜୀବ ନାୟକ ସହ କଥା ହୋଇ ଡକାୟତି ପାଇଁ ପିଲା ଯୋଗାଡ଼ ପାଇଁ କହିଥିଲା ଅଇଁଲା ଗୌଡ଼ । ନିଶନାହାଣ୍ଡିର ରାଜେନ୍ଦ୍ର ହରିଜନଙ୍କ ସହ ଯୋଗାଯୋଗ କରିଥିଲା ସଞ୍ଜୀବ । ପରେ ସଞ୍ଜୀବ ସହ ରାଜେନ୍ଦ୍ର ହରିଜନ ମିଶି ଅନ୍ୟ ୧୧ ଜଣ ଯୋଜନା କରି ଚନ୍ଦ୍ର ଗୌଡ଼ଙ୍କ ଘରେ କବାଟ ଭାଙ୍ଗି ପଶିଥିଲେ । ଖଣ୍ଡା ଛୁରୀ ମୁନରେ ପରିବାର ସଦସ୍ୟଙ୍କୁ ରଖି ବ୍ରୋଞ୍ଜ ଥାଳି, ତମ୍ବା ମୁଦ୍ରା, ଗୋଟିଏ ସୁନା ଚେନ୍‌ ଓ ୮୦ ହଜାର ଟଙ୍କା ଚୋରି କରିବା ସହ ଭୟଭୀତ କରିବା ପାଇଁ ଚନ୍ଦ୍ରଙ୍କ ଝିଅ ପୁଷ୍ପାକୁ ଛୁରୀରେ ଆଘାତ କରିଥିଲେ ।

ଏନେଇ ଚନ୍ଦ୍ର ଗୌଡ଼ଙ୍କ ଅଭିଯୋଗ କ୍ରମେ ପୋଲିସ ନିଶନାହାଣ୍ଡିର ରାଜେନ୍ଦ୍ର ହରିଜନ, ସାମସନ ହରିଜନ ଏବଂ ଉଷୁରୀପଦରର ଲକ୍ଷ୍ମଣ ହରିଜନ ଓ ପରମଜିତ ସାଗରିଆ ସମେତ ସଞ୍ଜୀବ ଓ ଅଇଁଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ବ୍ରୋଞ୍ଜ ଥାଳି, ତମ୍ବା ମୁଦ୍ରା ସମେତ ଖଣ୍ଡା ଜବତ କରିଛି ଖାତିଗୁଡା ପୋଲିସ । ଆଇପିସିର ଧାରା ୪୫୭ ଓ ୩୯୫ ଆଧାରରେ ମାମଲା ହୋଇଛି । ଅନ୍ୟମାନଙ୍କୁ ଏଯାଏଁ ଗିରଫ କରି ପାରିନଥିବା ପୋଲିସ ସୂଚନା ଦେଇଛି । ମୁର୍ଲବାଇର ସମୀର ବାଘ, ବଣିଆର ସୁରେଶ ନାଗ, ଦୀପକ ହରିଜନ, ଆଲୋକ ସୁନା, ଲଚ୍ଛମନ ହରିଜନ, ସୁରଜ ହରିଜନ, ଜୟପୁରର କବିସୂର୍ଯ୍ୟ ହରିଜନ ଓ ସେମିଳିଗୁଡାର ଦିବାକର ସାଗରଙ୍କୁ ଖୋଜୁଛି ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ଚନ୍ଦ୍ରଶେଖର ହୋତାଙ୍କ ସମେତ ଖାତିଗୁଡା ଆଇଆଇସି ଦୀପକ ଲେଙ୍କା, ଏସ୍‌ଆଇ ମହେଶ୍ୱର ଭୁର୍ଭୁରେ ଓ ଥାନାର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.