ନବରଙ୍ଗପୁର: ଜିଲ୍ଲା ସାନମସିଗା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଚୋରି ଉଦ୍ୟମ । ଗତ ରାତିରେ ଚୋର ବ୍ୟାଙ୍କର ତାଲା ଭାଙ୍ଗି,ସିସିଟିଭିର ତାର କାଟି ଚୋରି କରିଥିବା ଜଣାପଡ଼ିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କଣ ଚୋରି ହୋଇଛି ସେ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ । ଘଟଣାସ୍ଥଳରେ ନବରଙ୍ଗପୁର ସଦର ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଅଧିକ ତଦନ୍ତ ଜାରି କରିଛି ।
ସେହିଭଳି ସପ୍ତାହ ମଧ୍ୟରେ ଦ୍ଵିତୀୟ ବ୍ୟାଙ୍କ ଲୁଟ ଉଦ୍ୟମ କିଛି ଦିନ ତଳେ ନନ୍ଦାହାଣ୍ଡି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଚୋରି କରିବା ସହ ଗୋଟିଏ ମଟର ସାଇକେଲ ଚୋରି କରିଥିଲେ ।