ETV Bharat / state

ରାଜସ୍ବ ଅମଲା ସଂଘର କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଦାବି

author img

By

Published : Jun 30, 2021, 6:28 AM IST

ରାଜସ୍ବ ଅମଲା ସଂଘର କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ...

ରାଜସ୍ବ ଅମଲା ସଂଘର କର୍ମଚାରୀଙ୍କ କୋରୋନା ଯୋଦ୍ଧା ମାନ୍ୟତା ପାଇଁ ଦାବି

ନବରଙ୍ଗପୁର: ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ ରାଜସ୍ବ ଅମଲାଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଦାବି ହୋଇଛି । ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଜରିଆରେ ଏକ ଦାବି ପତ୍ର ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ।

ଲକଡାଉନ, ସଟଡାଉନ ସମୟରେ ସମସ୍ତେ ନିଜ ଘରେ ଥିବା ବେଳେ ରାଜସ୍ବ ଅମଲାମାନେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ନିଜର ସେବା ନିରନ୍ତର ଭାବରେ ଯୋଗାଇ ଆସୁଛନ୍ତି । ବିଭିନ୍ନ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ରାଜ୍ୟ ସୀମା ତନଖି ଫାଟ ଇତ୍ୟାଦିରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକୃତ କରିବା ଇତ୍ୟାଦି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ ତୁଲାଇ ବହୁତ ରାଜସ୍ବ ଅମଲା କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଦାବିପତ୍ର ପ୍ରଦାନ ସମୟରେ, ଜିଲ୍ଲା ଶାଖା ଉପଦେଷ୍ଟା, କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ, ଚିତ୍ତରଞ୍ଜନ ପାତ୍ର, ସୀତାରାମ ବେହେରା, ଜିତେନ୍ଦ୍ର ଚୌଧୁରୀ, ଧନପତି ନାୟକ, ପି. ହରି, ବିଜୟ କୁମାର ସାହୁ, ସତ୍ୟନାରାୟଣ ସାହୁ, ସଂଗ୍ରାମ ପ୍ରଧାନ, ରାମଚନ୍ଦ୍ର ରଘୁମଣ୍ଡଳ, ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.