ନବରଙ୍ଗପୁର: ମକା ପ୍ରୋସେସିଂ ପ୍ଲାଣ୍ଟକୁ ବିରୋଧ କଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାମୁଣି ଗ୍ରାମବାସୀ । ସୂଚନାମୁତାବକ, ଇଡକୋ ତରଫରୁ ମକା ପ୍ରୋସେସିଂ ପ୍ଲାଣ୍ଟକୁ, ଗ୍ରାମବାସୀଙ୍କ ଦଖଲରେ ଥିବା ଜମିକୁ ରାଜ୍ୟସରକାର ବିନା ନୋଟିସରେ କମ୍ପାନୀକୁ ହସ୍ତାନ୍ତର କରିବା ଘଟଣାକୁ ବିରୋଧ କରି ଶତାଧିକ ଗ୍ରାମବାସୀ କୋଡ଼ିଙ୍ଗା ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଏହି ଜମିକୁ କେଉଁ କାଳରୁ ବାମୁଣି ଗ୍ରାମବାସୀ ଦଖଲ କରିଥିଲେ। ହେଲେ ପ୍ରଶାସନ କୌଣସି ଗ୍ରାମସଭା କିମ୍ବା ପଲ୍ଲୀସଭା ନକରି କାହାକୁ ସରକାରୀ ନୋଟିସ ନଦେଇ ଜମିକୁ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି । ଏହା ଜାଣି ବାମୁଣି ଗ୍ରାମର ଶତାଧିକ ପୁରୁଷ ମହିଳା କୋଡ଼ିଙ୍ଗା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିରେ ଉଲ୍ଲେଖ ରହିଛି ଯେ, ଯଦି ଏହାର ସୁବିଚାର କରି ଜମି ଫେରସ୍ତ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି’ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ