ନବରଙ୍ଗପୁର: ଜିଲ୍ଲାର ଉମରକୋଟ ବ୍ଲକ ବକଦା ପଞ୍ଚାୟତ ଅନ୍ତର୍ଗତ ଉମରଗାଁ ଗ୍ରାମରେ ଓଡ଼ିଶା କୃଷକ ସଙ୍ଘର ଆହ୍ୱାନ କ୍ରମେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । କୃଷକଙ୍କ ନ୍ୟାର୍ଯ୍ୟ ଦାବିକୁ ନେଇ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିବାଦ ସଭା । ଏଥିରେ କୃଷକ ମାନଙ୍କୁ ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ସଠିକ ସମୟରେ ଚାଷୀଙ୍କୁ ସାର ଓ କୀଟନାଶକ ଯୋଗାଇବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଶୀଘ୍ର ପ୍ରଦାନ କରିବା, ଜଙ୍ଗଲ ଜମି ପଟ୍ଟା ଓ ଜବରଦଖଲ ଜମି ପଟ୍ଟା ଅତି ଶୀଘ୍ର ପ୍ରଦାନ କରିବା, ଦୈନିକ ମଜୁରୀ 600 ଟଙ୍କାକୁ ବୃଦ୍ଧି, ସରକାରଙ୍କ ଗୋପାଳନ ଯୋଜନାରୁ ଚାଷୀଙ୍କୁ ଗୋଶାଳା ଯୋଗାଇଦେବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି କରିବା, ଚାଷୀଙ୍କୁ ତୁରନ୍ତ ସବସିଡି ଲୋନ ପ୍ରଦାନ କରିବା, ଚାଷୀଙ୍କୁ ଶୀଘ୍ର ଗୋପାଳନ ଋଣ ପ୍ରଦାନ କରିବା ଭଳି ଦାବି କରାଯାଇଥିଲା ।
![ନବରଙ୍ଗପୁରରେ ଓଡିଶା କୃଷକ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳିତ](https://etvbharatimages.akamaized.net/etvbharat/prod-images/7326031_546_7326031_1590302642087.png)
ଏହି ପ୍ରତିବାଦ ସଭାରେ ଓଡିଶା କୃଷକ ସଙ୍ଘର ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ସଭାପତି ମିରି ଭତରା, ସମ୍ପାଦକ ଦଶରୁ ଭତରା, ସହଦେଵ ଭତରା, ଶଙ୍କର ଭତରା, ଜଗନ୍ନାଥ ଭତରା ଲକ୍ଷ୍ମଣ ଭତରା, ମଙ୍ଗୁ ଭତରା, ପିତୃ ଭତରା, ସଭା ପୂଜାରୀଙ୍କ ସମେତ ବହୁ ସଂଖ୍ୟାରେ ଯୁବଗୋଷ୍ଠୀ ଯୋଗଦେଇଥିଲେ । ଏହି ପ୍ରତିବାଦ ସଭାରେ ସାମାଜିକ ଦୂରତା ବଜାଇ ରଖାଯିବା ସହିତ ସମସ୍ତେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
![ନବରଙ୍ଗପୁରରେ ଓଡିଶା କୃଷକ ସଂଘ ପକ୍ଷରୁ ପ୍ରତିବାଦ ଦିବସ ପାଳିତ](https://etvbharatimages.akamaized.net/etvbharat/prod-images/od-ngp-pratibad-dibas-krushak-sangha-7204279_24052020113557_2405f_1590300357_382.jpg)
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ