ETV Bharat / state

ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର: ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ପଦାରେ ପଡିଛି ସରକାରଙ୍କ ସ୍ବାସ୍ଥ୍ୟ ସେବାର ଅସଲ ଚେହେରା । ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ ।

author img

By

Published : Jun 12, 2020, 1:32 PM IST

Updated : Jun 12, 2020, 2:01 PM IST

ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର: ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ
ସ୍ବାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର: ନକଲି ଡାକ୍ତର ହାତରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାତୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମକାଢଡ଼ଗି ଗ୍ରାମରେ ।

ସୂଚନା ମୁତାବକ, ହାତୀ ଗାଁ କମକାଢଡ଼ଗି ଗ୍ରାମର ତିହାରୁ ରାଉତ ତାଙ୍କ ପୁଅ ଅଭିରାମ ରାଉତଙ୍କର 6 ମାସ ତଳୁ ବିବାହ ହୋଇଥିଲା । ସେ ଉମରକୋଟ ଥାନା ବକଦା ପଞ୍ଚାୟତ ଅନ୍ତର୍ଗତ ଜଡ଼ାଗୁଡ଼ା ଗ୍ରାମର ଗୋବରଧନ ଗଉଡ଼ଙ୍କ ଝିଅ ଅନିତା ଗଉଡ଼ଙ୍କୁ ବିବାହ କରିଥିବାବେଳେ ଏବେ ଅନିତା ଗଉଡ଼ ୩ ମାସର ଗର୍ଭବତୀ ।

କିଛି ଦିନ ତଳେ ଅନିତାଙ୍କ ଦେହ ଖରାପ ହେବାରୁ ତାଙ୍କ ଚିକିତ୍ସା ନିମନ୍ତେ ଗତ ରବିବାର ଦିନ ଦାସପୁର ଗ୍ରାମର ନକଲି ଡାକ୍ତର ନନ୍ଦୁରାମ ଗଣ୍ଡଙ୍କ ସହଯୋଗ ଲୋଡିଥିଲେ । ନନ୍ଦୁରାମ ଅନିତାଙ୍କୁ ମ୍ୟାଲେରିଆ ହୋଇଥିବା କହି ଇଞ୍ଜେକ୍ସନ ଦେବା ସହ କିଛି ବଟିକା ମଧ୍ୟ ଖାଇବାକୁ ଦେଇଥିଲେ । କିନ୍ତୁ ଉକ୍ତ ଔଷଧ ଖାଇବା ପରେ ଅନିତା ଗୁରୁତର ଅସୁସ୍ଥ ହୋଇପଡିବାରୁ ପ୍ରଥମେ ରାଇଘର ଓ ପରେ ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଏହି ଘଟଣା ପରେ ରାଇଘର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରୁପେଶ ଢାଲି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ଏବଂ ଏତଲାକୁ ଆଧାର କରି ରାଇଘର ପୋଲିସ ଉକ୍ତ ଗ୍ରାମକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Jun 12, 2020, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.