ETV Bharat / state

ଜନନୀ ଯନ୍ତ୍ରଣା: ୧ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ - ନବରଙ୍ଗପୁର ଖବର

ପୁଣି ଭାରରେ ଖଟିଆରେ ହେଲେ ଗର୍ଭବତୀ । ରାସ୍ତା ଖରାପ ଥିବାରୁ ଠିକଣାସ୍ଥାନକୁ ଆସିପାରିଲାନି ଆମ୍ବୁଲାନ୍ସ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଲୁହାବାହାଲି ଗାଁରେ । ଅଧିକ ପଢନ୍ତୁ

ଜନନୀ ଯନ୍ତ୍ରଣା:୧ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Jul 25, 2022, 10:41 PM IST

ନବରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ରାସ୍ତା ଖରାପ ଥିବାରୁ ଠିକଣାସ୍ଥାନକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ୧ କିଲୋମିଟର ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ଗର୍ଭବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଲୁହାବାହାଲି ଗାଁରେ ।

ଜନନୀ ଯନ୍ତ୍ରଣା:୧ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ

ସୂଚନା ଅନୁଯାୟୀ ନବରଙ୍ଗପୁର ଲୁହାବାହଲି ଗାଁର ଯଶୋବନ୍ତ ମାଝୀଙ୍କ ସ୍ତ୍ରୀ ତପସ୍ବନଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଗାଁ ଅଭିମୁଖେ ବାହାରି ଥିଲା କିନ୍ତୁ ରାସ୍ତା ଖରାପ ଯୋଗୁଁ ଠିକଣାସ୍ଥାନରେ ପହଞ୍ଚି ପାରି ନଥିଲା । ଲୁହାବାହାଲି ଗାଁ ଠାରୁ ଏକ କିଲୋମିଟର ଦୂରରେ ଅଟକି ରହିଥିଲା ।

ତେବେ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରିବା ଯୋଗୁଁ ପରିବାର ଲୋକେ କୌଣସି ଉପାୟ ନ ପାଇ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀଙ୍କୁ ଏକ ଖଟିଆ ସାହାଯ୍ୟରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ପରେ ପ୍ରସୂତି ଜଣକ ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ନବଜାତକର ସ୍ବାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ଦେଇଛନ୍ତି ଡାକ୍ତର । ସେପଟେ, ଗତ ସପ୍ତାହରେ ମଧ୍ୟ ଚନ୍ଦାହାଣ୍ଡି ବ୍ଲକର ଗୁରଜୁରୁିଆରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ସାଂସଦ ରମେଶ ମାଝିଙ୍କ ଧୋଡିପାଣି ପଞ୍ଚାୟତରେ ଏ ଘଟଣା ଘଟିଛି । ଯାହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାର କରିଥିବା ବିକାଶର ବାସ୍ତବ ଚିତ୍ର ବୋଲି କହି ସରକାରଙ୍କୁ ସମାଲୋଚନା କରିଛନ୍ତି ସାମାଜିକ କର୍ମୀ । ଏ ଘଟଣାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.