ETV Bharat / state

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ - cot

ରାଜ୍ୟ ଯେତେ ବିକାଶର ଗୁଣଗାନ କରୁଥିଲେ ମଧ୍ୟ ଏବେବି ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 4, 2019, 11:28 PM IST

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଘ ଡଙ୍ଗରୀ ଗ୍ରାମରେ । ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ପ୍ରାୟ 2କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହାହୋଇ ଯାଇଥିଲେ ଗର୍ଭବତୀ ଜଣକ । ସୌଭାଗ୍ୟବଶତଃ ଉଭୟ ମା ଓ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବାର ମିଳିଛି ସୂଚନା ।

cot
ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବାଘଡଙ୍ଗାରୀ ଗ୍ରାମର ଗଗନ ପୂଜାରୀଙ୍କ ପତ୍ନୀ ଦ୍ରୌପଟି ପୂଜାରୀଙ୍କର ସକାଳ ପ୍ରାୟ 10ଟାବେଳେ ଆରମ୍ଭ ହୋଇଥିଲା ପ୍ରସବ ବେଦନା । ବିଚ୍ଛିନ୍ନାଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସକୁ 12ଟା ବେଳେ ଫୋନ ଲାଗିଥିଲା, ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ 3ଟାବେଳେ ଆସି ପହଞ୍ଚିଥିଲା ନିକଟସ୍ଥ ଜାମଗୁଡା ଛକରେ । କିନ୍ତୁ ତା ଆଗକୁ ରାସ୍ତା କାଦୁଅମୟ ଥିବାରୁ ସେଠାରେ ଅଟକି ଯାଇଥିଲା ଗାଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଶେଷରେ ପରିବାର ଲୋକ ଗର୍ଭବତୀଙ୍କୁ ଖଟିଆରେ ପ୍ରାୟ ଦୁଇ କିଲୋମିଟର ଅତିକ୍ରମ କରି ଆମ୍ବୁଲାନ୍ସ ପାଖରେ ପହଞ୍ଚି ସେଠାରୁ ଝରିଗାଁ ଡାକ୍ତରଖାନାକୁ ନେଇଥିଲେ । ସୂଚନାନୂଯାୟୀ ଦ୍ରୌପଟି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବାବେଳେ ଉଭୟ ସୁସ୍ଥ ଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ତା-04-07-2019 - ପୁଣି ଖଟିଆ ରେ ବୁହାହେଲେ ଗର୍ଭବତୀ
ସ୍ଥାନ-ନବରଙ୍ଗପୁର। ରିପୋର୍ଟର -ତପନ ବିଶୋଇ
ପୁଣି ଖଟିଆ ରେ ବୁହାହେଲେ ଗର୍ଭବତୀ । ଏହି ପରି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଘ ଡଙ୍ଗରି ଗ୍ରାମରେ । ବାଘଡଙ୍ଗରି ଗାଁ କୁ ପକା ରାସ୍ତା ଟିଏ ନଥିବାରୁ କାଦୁଆ ରାସ୍ତା ରେ ଖଟିଆରେ ଭର କରି ପ୍ରାୟ ଦୁଇ କିଲୋମିଟ ରୁ ଅଧିକ ହବ ଜାମଗୁଡା ଛକ କୁ ଆଣିଥିଲେ । ଜାମଗୁଡା ଛକ ଥରେ ଆମ୍ବୁଲାନ୍ସ ରେ ଝରିଗାଁ ଡାକ୍ତରଖାନା କୁ ଆଣି ଥିଲେ । ସୂଚନା ଅନୁଯାୟୀ ବାଘଡଙ୍ଗାରି ଗ୍ରାମର ଗଘନ ପୂଜାରୀ ଙ୍କ ସ୍ତ୍ରୀ ଦ୍ରୋପଟି ପୂଜାରୀଙ୍କ ସକାଳ ପ୍ରାୟ ୧୦ ବେଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ବିଛିନ୍ନା ଅଞ୍ଚଳ ଥିବାରୁ ଆମ୍ବୁଲାନ୍ସ କୁ ୧୨ ବେଳେ ଫୋନ ଲାଗି ଥିଲା ହେଲେ ଆମ୍ବୁଲାନ୍ସ ୩ ଟା ବେଳେ ଜାମଗୁଡା ଛକ କୁ ପହଞ୍ଚି ଥିଲା । ବାଘଡଙ୍ଗାରି ଗାଁ କୁ ପକା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଜାମଗୁଡା ଛକ ଠାରେ ଅଟକି ଯାଇଥିଲା । ଶେଷରେ ପରିବାର ଲୋକେ ଗର୍ଭବତୀ ଙ୍କୁ ଖଟିଆରେ ବୋହି ପ୍ରୟା ଦୁଇକିମିରୁ ଅଧିକ କାଦୁଆ ରାସ୍ତାରେ ଜାମଗୁଡା ଛକ ରେ ଥିବା ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ଝରିଗାଁ ଡାକ୍ତରଖାନା କୁ ଆଣି ଥିଲେ। ଡାକ୍ତରଖାନା ରେ ଦ୍ରୋପଟି ପୂଜାରୀଙ୍କ ଶିଶୁ କନ୍ୟା ହୋଇଥିଲା । ବର୍ତ୍ତମାନ ଉଭୟ ମାଁ ଓ ଛୁଆ
ସୁସ୍ଥ ଥିବାର ସୂଚନା ମିଳିଛି ।Body:Tapan Kumar Bissoyi Conclusion:NABARANGPUR

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.