ନବରଙ୍ଗପୁର: ନୂଆ ଏସପି ଭାବେ ଯୋଗ ଦେଲେ ପ୍ରହଲ୍ଲାଦ ମିନା । ନବରଙ୍ଗପୁର ଏସପି ନୀତିନ କୁସଲକର ବଲାଙ୍ଗୀର ଏସପି ଭାବେ ବଦଳି ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ପ୍ରହଲ୍ଲାଦ ମିନା ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମାଲକାନଗିରି sdpo ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।
ନୂତନ ଭାବେ ଯୋଗ ଦେବା ପରେ ସାମ୍ବାଦିକ ମାନଙ୍କୁ ନିଜ ପ୍ରତିକ୍ରିୟାରେ ମିନା କହିଛନ୍ତି ଯେ, ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବ । ବିଗତ ଦିନରେ ଯେପରି ଜିଲ୍ଲାରେ ଗଞ୍ଜେଇ ମାଫିଆ ମାନଙ୍କୁ ସାବାଡ କରାଯାଇଛି ତାହା ଆଗକୁ ମଧ୍ୟ ତାହା ଜାରି ରହିବ । ଏହା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିବ ବୋଲି ପ୍ରହଲ୍ଲାଦ ମିନା କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ