ETV Bharat / state

ବାପାଙ୍କ ପଥର ପଥିକ ହେଲେ ପ୍ରଦୀପ, ଶଙ୍ଖ ଧରିବାକୁ କଲେ ଘୋଷଣା

author img

By

Published : Oct 24, 2021, 1:30 PM IST

Updated : Oct 24, 2021, 2:31 PM IST

ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରଦୀପ ମାଝୀ । ବିଜେଡିରେ ଯୋଗଦେବା ନେଇ ସାମ୍ବାଦିକ ସମ୍ମିଳନୀରେ କଲେ ଘୋଷଣା । ଅଧିକ ପଢନ୍ତୁ...

ବାପାଙ୍କ ପଥର ପଥିକ ହେଲେ ପ୍ରଦୀପ, ଶଙ୍ଖ ଧରିବାକୁ କଲେ ଘୋଷଣା
ବାପାଙ୍କ ପଥର ପଥିକ ହେଲେ ପ୍ରଦୀପ, ଶଙ୍ଖ ଧରିବାକୁ କଲେ ଘୋଷଣା

ନବରଙ୍ଗପୁର: ଯାହା ଅନୁମାନ କରାଯାଉଥିଲା ସତ ହେଲା । ଶେଷରେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା କଲେ ପ୍ରଦୀପ ମାଝୀ । ଶହ ଶହ ସମର୍ଥକଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ପ୍ରଦୀପ । ଗତ ୨୨ରେ ପ୍ରଦୀପ ଉଭୟ ପିସିସି କାର୍ଯ୍ୟକାରୀ ସଭାପତି ପଦ ଏବଂ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ସେ କଂଗ୍ରେସରୁ ପୂର୍ବରୁ ଇସ୍ତଫା ଦେଇଥିବା ଏବଂ ଆଜି ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିବା କର୍ମୀ ସମସ୍ତେ ଏକାଠି ହୋଇ ବିଜେଡିରେ ସାମିଲ ହେବାକୁ ଚାହୁଁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତେବେ ସେ ଆସନ୍ତା 28 କିମ୍ବା ଏହି ସପ୍ତାହ ମଧ୍ୟରେ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡିଥିବା କହିଛନ୍ତି । ସେ କହିଛନ୍ତି ଯେ, ଛାତିରେ ପଥର ରଖି ଦଳ ଛାଡିବାକୁ ପଡୁଛି । କଂଗ୍ରେସରେ ରହିଲେ ଜିଲ୍ଲାରେ କୌଣସି ଉନ୍ନତି କରିହେବ ନାହିଁ । କଂଗ୍ରେସ ଛାଡି ମୁଖ୍ୟମନ୍ତ୍ରୀଙ୍କ ବିକାଶ ପଥରେ ସାମିଲ ହେବେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ, ବିଜେଡି ରାଜ୍ୟର ଏକ ସ୍ଥିର ସରକାର । ପ୍ରତି ନିର୍ବାଚନରେ ସଂଖ୍ୟା ବୃଦ୍ଧି କରି ଦେଶରେ ଇତିହାସ ସୃଷ୍ଟି କରିଛି । କୋରାପୁଟକୁ ଆଗେଇ ନେବାରେ ମୁଖ୍ୟମନ୍ତ୍ରୀ ଯୋଡିଥିବା ବିକାଶର ଫର୍ଦ୍ଦରେ ସାମିଲ ହେବାକୁ କୋରାପୁଟବାସୀଙ୍କୁ ଆହ୍ବାନ କରିଛନ୍ତି ସେ । ଏଥିସହ ଅବିଭକ୍ତ କୋରାପୁଟର ସମସ୍ତ ଜନସାଧାରଣଙ୍କୁ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଅପିଲ୍ କରିଛନ୍ତି ।

ସେହିପରି ପ୍ରଦୀପ କହିଛନ୍ତି ଯେ, କଂଗ୍ରେସରେ ରହି ଅବିଭକ୍ତ କୋରାପୁଟର ବିକାଶ କରିହେବ ନାହିଁ । ତେଣୁ ବର୍ତ୍ତମାନ କଂଗ୍ରେସ ସହ ପାଦ ମିଶାଇ ଚାଲିବା ଅସମ୍ଭବ । ଆଗାମୀ ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିପାରିବ କି ନାହିଁ ତାହା ସନ୍ଦେହ ଘେରରେ ।

ଦୁଇଦିନ ତଳେ ପ୍ରଦୀପ ସାଂଗଠନିକ ଭାବେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପ୍ରଦୀପଙ୍କ ବାପା ଭଗବାନ ମାଝୀ ବିଜେଡି ପକ୍ଷରୁ ପୂର୍ବରୁ ଝରିଗାଁ ବ୍ଲକର ଚେୟାରମ୍ୟାନ ଥିଲେ । ୧୯୯୪ ରୁ ୨୦୦୦ ଯାଏଁ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ତେବେ ପ୍ରଦୀପ ଦୁଇ ଦୁଇ ଥର କଂଗ୍ରେସରୁ ହାରିବା ପରେ ବାପାଙ୍କ ପଥରେ ପଥିକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପ୍ରଦୀପ ଏବଂ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବାକୁ ଘୋଷଣା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Oct 24, 2021, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.